କରୋନାର ଶିକାର କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ : କରୋନା ମହାମାରୀ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ୧୫୦ ଦେଶରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସକୁ ନେଇ ବିଶ୍ବରେ ହାହାକାର ପରିସ୍ଥିତ ସୃଷ୍ଟି ହୋଇଛି। ଅର୍ଥନୀତିରୁ ଆରମ୍ଭ କରି ଖାଦ୍ୟ, ବାଣିଜ୍ୟ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି। ଏଥିରୁ ମଧ୍ୟ ବାଦ୍‌ ପଡ଼ିନାହିଁ କ୍ରୀଡ଼ା ଜଗତ। କରୋନା ଭାଇରସକୁ ଦୃଷ୍ଟିରେ ରଖି ବିଶ୍ବରେ କ୍ରୀଡ଼ା ପ୍ରତିଯୋଗିତା ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ଏସିଆରୁ ୟୁରୋପ, ଆମେରିକାରୁ ଅଷ୍ଟ୍ରେଲିଆ , ଆଫ୍ରିକା ମହାଦେଶ ପର୍ୟ୍ୟନ୍ତ ଖେଳ ପଡ଼ିଆ ଶୂନଶାନ । ଖେଳାଳି ନିରବ। କେଉଁଠି ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି ତ ଆଉ କେଉଁଠି ବାତିଲ କରାଯାଇଛି। କେବଳ ଖେଳ ବାଧାପ୍ରାପ୍ତ ହୋଇନାହିଁ କରୋନାର ଶିକାର ମଧ୍ୟ କ୍ରୀଡ଼ାବିତ୍‌ ହେବାରେ ଲାଗିଛନ୍ତି। ସ୍ପେନିଶ ଫୁଟବଲ ପ୍ରଶିକ୍ଷକ କରୋନାର ଶିକାର ହୋଇ ପ୍ରାଣ ମଧ୍ୟ ହରାଇଛନ୍ତି। ବିଶେଷ କରି ଫୁଟବଲ ଜଗତ ଅଧିକ ବାଧାପ୍ରାପ୍ତ ହେବାରେ ଲାଗିିଛି।
ଏନ୍‌ବିଏ ଖେଳାଳି ମାର୍କସ ସ୍ମାର୍ଟ : ବୋଷ୍ଟନ କାଲଟିସର ଏନବିଏ ଖେଳାଳି ମାର୍କସ ସ୍ମାର୍ଟ ମାରାତ୍ମକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। କରୋନା ଭାଇରସ ସନ୍ଦେହରେ କରାଯାଇଥିବା ସ୍ବାବ୍‌ ପରୀକ୍ଷାରୁ ତାଙ୍କର ରିପୋର୍ଟ ପଜିଟିଭ୍‌ ରହିଛି। ଯାହାକୁ ନେଇ ଏନ୍‌ବିଏରେ ଆତଙ୍କ ସୃଷ୍ଟି ହୋଇଛି। ମାର୍କସଙ୍କ ରିପୋର୍ଟ ପଜିଟିଭି ଆସିବା ପରେ ତାଙ୍କୁ ସ୍ବତନ୍ତ୍ର ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି। କରୋନା ଭାଇରସ ନେଇ ଲକ୍ଷଣ ଦେଖାଯିବା ପରେ ମାର୍କସଙ୍କ ସ୍ବାବ୍‌ ୧୫ରେ ପରୀକ୍ଷା ପାଇଁ ପଠାଯାଇଥିଲା। କରୋନା ଭାଇରସର ଶିକାର ହୋଇଥିବା ମାର୍କସ ଏହା ସହିତ ଲଢେଇ କରିବା ନେଇ ପ୍ରସ୍ତୁତ ବୋଲି କହିଥିବାବେଳେ ଅନ୍ୟଖେଳାଳିମାନଙ୍କୁ ଭୟଭୀତ ନହୋଇ କରୋନାଠାରୁ ଜିତିବା ଲାଗି ପରାମର୍ଶ ଦେଇଛନ୍ତି।
କେଭିନ୍‌ ଡୁରାଣ୍ଟ, ବ୍ରୁକ୍‌ଲିନ୍ ନେଟ୍ସ ଏନବିଏ ଖେଳାଳି : ଏନ୍‌ବିଏ ଲିଗ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭା​‌େ​‌ବ ପରିଚିତ କେଭିନ୍‌ ଡୁରାଣ୍ଟ ଜଣାଶୁଣା। ବ୍ରୁକଲିନ୍ ନେଟ୍ସ ବାସ୍କେଟବଲ କ୍ଳବ ପକ୍ଷରୁ ଖେଳୁଥିବା କେଭିନ୍‌ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। କୋଭିଡ-୧୯ରେ ପିଡ଼ିତ ଥିବା ନେଇ ତାଙ୍କ ସ୍ବାବ ପରୀକ୍ଷା ରିପୋର୍ଟରେ ସ୍ପଷ୍ଟ ହୋଇଛି। ପ୍ରତ୍ୟେକ ଖେଳାଳି ନିଜ ଭିତରେ ସଚେତନ ହେବାର ସମୟ ଆସିଛି। କରୋନା ଭାଇରସ୍‌କୁ ସଫଳତାର ସହିତ ମୁକାବିଲା କରିବା ଦିଗରେ ଆମେ ସକ୍ଷମ ହୋଇପାରିବା। ଏଥିପାଇଁ ଆମକୁ ସଚେତନତାକୁ ସବୁବେଳେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କେଭିନ୍‌ ସାଥୀ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି।
ମିକେଲ ଆର୍ଟେଟା, ଆ​ର୍ସେ‌ନେଲ ଫୁଟବଲ ମ୍ୟାନେଜର : ଆର୍ସେନେଲ ଫୁଟବଲ କ୍ଲବର ମ୍ୟାନେଜର ମିକେଲ ଆର୍ଟେଟା କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ତାଙ୍କଠାରେ କରୋନା ସଂକ୍ରମଣ ନେଇ ସନ୍ଦେହ ହେବା ପରେ ୧୧ରେ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା। ପରୀକ୍ଷାରେ ରିପୋର୍ଟ ପଜିଟିଭ୍‌ ରହିବା ସହିତ ସଂକ୍ରମଣର ଶିକାର ହୋଇଥିବା ନେଇ ସ୍ପଷ୍ଟ ହୋଇଛି। କରୋନା ସଂକ୍ରମଣ ପାଇଁ ପ୍ରିମିୟର ଲିଗ୍‌କୁ ସ୍ଥଗିତ ରଖାଯାଇଛି। ଆର୍ଟେଟା କହିଛନ୍ତି ଯେ, ଉକ୍ତ ରୋଗକୁ ନେଇ ମୁଁ କେବେ ବି ଅନୁଭବ କରିପାରିନଥିଲି। ଏବେ ରିପୋର୍ଟ ପଜିଟିଭ୍‌ ଆସିବା ପରେ ମୁକାବିଲା କରିବା ନେଇ ମନ ଭିତରେ ବିଶ୍ବାସ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆର୍ଟେଟା ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି କ୍ଲବ ପକ୍ଷରୁ କୁହାଯାଇଛି।
ଜୁଭେଣ୍ଟସ କ୍ଲବର ୧୧ ଖେଳାଳି ଆକ୍ରାନ୍ତ, ଡାନିଏଲ ରୁଗାନି, ଜୁଭେଣ୍ଟସ ଫୁଟବଲର : କରୋନା ଭାଇରସ୍‌ର ଜନ୍ମଦାତା ଚୀନ୍‌କୁ ପଛରେ ପକାଇ ଇଟାଲୀ ଏବେ ସର୍ବାଧିକ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ରହିଛି। ଇଟାଲି କରୋନା ଭାଇରସ୍‌ର ଶିକାର ସର୍ବାଧିକ ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏଭଳି ସ୍ଥଳେ ଜୁଭେଣ୍ଟସ୍ କ୍ଳବର ୧୧ଜଣ ଫୁଟବଲ ଖେଳାଳି ମଧ୍ୟ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି। ଏଥିପାଇଁ ଦେଶର ଶ୍ରେଷ୍ଠ ଫୁଟବଲ ଲିଗ୍‌ ସିରିଏ-ଏ ଲିଗ୍‌ ସ୍ଥଗିତ ହେବାକୁ ପଡ଼ିଛି। ଏଭଳି ସ୍ଥଳେ ଜୁଭେଣ୍ଟର୍ସର ସେଣ୍ଟର ବ୍ୟାକ୍‌ ଖେଳାଳି ଡାନିଏଲ ରୁଗାନି ମଧ୍ୟ କରୋନା ସଂକ୍ରମଣର ଶିକାରରୁ ବର୍ତ୍ତି ପାରିନାହାନ୍ତି। କ୍ଲବର ପ୍ରଥମ ଖେଳାଳି ଭାବେ ରୁଗାନି କରୋନା ସଂକ୍ରମଣର ଶିକାର ହୋଇଥିଲେ। ଏବେ ଜର୍ମାନ ପ୍ରିଜିଲା, ପେଟ୍ରିକ୍‌ କୋଟ୍ରିନ୍‌, ଦୁସାନ ଭାହୋଭିକ୍‌, ଓମାର କୋଲିଙ୍କ ସମେତ ମୋଟ ୧୧ଜଣ ଖେଳାଳିଙ୍କ ରିପୋର୍ଟ ପଜିଟିଭି ରହିଛି।
କଲୁମ୍‌ ହୁଡସନ, ଚେଲିସା ଫୁଟବଲ ଖେଳାଳି : ଚେଲିସା ଫୁଟବଲ କ୍ଳବର ୧୯ ବର୍ଷ ବୟସ୍କ କଲୁମ୍‌ ହୁଡସନ ଓଡି କରୋନା ଭାଇରସର ଶିକାର ହୋଇଛନ୍ତି। କଲୁମ୍‌ ପ୍ରଥମ ଖେଳାଳି ଭାବେ କୋଭିଡ୍‌-୧୯ର ଶିକାର ହୋଇ ଆଇସୋଲେସନରେଚ ଚିିକିତ୍ସିତ ହେଉଛନ୍ତି। କରୋନା ସଂକ୍ରମଣକୁ ନେଇ ମୁଁ ଚିନ୍ତିତ ନୁହେଁ। ଏଥିରୁ ବର୍ତ୍ତିବା ନେଇ ମୋର ବିଶ୍ବାସ ରହିଛି। ଖୁବଶୀଘ୍ର କରୋନାରୁ ବର୍ତ୍ତି ଫୁଟବଲ ପଡ଼ିଆକୁ ଓହ୍ଳାଇବି ବୋଲି କଲୁମ୍‌ ଭିଡିଓ ଛାଡ଼ିଛନ୍ତି।
ଜୁଭେଣ୍ଟସ ସୁପରଷ୍ଟାର ଡିଭାଲା : ଜୁଭେଣ୍ଟସ୍‌ର ସୁପରଷ୍ଟାର ଫୁଟବଲ ଖେଳାଳି ପଲ୍‌ ଡିବାଲା କରୋନା ସଂକ୍ରମିତ ​‌ହୋଇଥିବା ନେଇ ସ୍ବୀକାର କରିଛନ୍ତି। ଇଟାଲିଆନ ଚମ୍ପିଆନ ଜୁଭେଣ୍ଟସ ଦଳର ତୃତୀୟ ଖେଳାଳି ଭାବେ ଡିବାଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଏସି ମିଲନ ଡିଫେଣ୍ଡର ପାଉଲୋ ମାଲଡିନି ପ୍ରକାଶ କରିଛନ୍ତି ଯେ,ମୁଁ ଓ ମୋ ପୁଅ ମଧ୍ୟ କରୋନାରେ ପୀଡ଼ିତ ।ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଆମର କୋଭିଡ-୧୯ ପରୀକ୍ଷା ରିପୋର୍ଟ ଆସିଛି। ସାବାଷ୍ଟିଆନ ଓ ତାଙ୍କ ମହିଳା ବନ୍ଧୁଙ୍କ ସମେତ ମୋର ମଧ୍ୟ ପଜିଟିଭି ଆସିଛି। ଆଇସୋଲେସନରେ ରହିବା ସହିତ ଭାଗ୍ୟ ବଶତଃ ଆମେ ପୂରା ଠିକ୍‌ ଅଛୁ ବୋଲି ଡିବାଲା ଟ୍ବିଟ୍‌ କରି କହିଛନ୍ତି।

Comments are closed.