ଆମା ଡାବଲାମ୍‍ ପର୍ବତାରୋହଣ ଅଭିଯାନରେ ନୃସିଂହ

0

ଭୁବନେଶ୍ୱର : ପର୍ବତାରୋହୀ ନୃସିଂହ ଚରଣ ସାହୁ ମାଉଣ୍ଟ ଆମା – ଡାବଲାମ୍‍ ପର୍ବତାରୋହଣ ଲାଗି ନେପାଳ ଯାତ୍ରା ଆରମ୍ଭ କରିଛନ୍ତି। ଶୁକ୍ରବାର ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା ଜାତୀୟ ପତାକା ଦେଖାଇ ଯାତ୍ରାର ସଫଳତା ନିମନ୍ତେ ନୃସିଂହଙ୍କୁ ଆଶୀର୍ବାଦ ଓ ଶୁଭକାମନା ଜ୍ଞାପନ କରିଛନ୍ତି। ଏହି ଅଭିଯାନରେ ନୃସିଂହଙ୍କ ସମେତ ଦେଶ ବିଦେଶର ବହୁ ପର୍ବତରୋହୀ ସାମିଲ ହେବେ। ୭ଥର ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିବା ପର୍ବତାରୋହୀ ପୁରୁବା ସିପ୍ରାଙ୍କ ନେତୃତ୍ୱରେ ଏହି ପର୍ବତାରୋହଣ ଅନୁଷ୍ଠିତ ହେବ। ଭୁବନେଶ୍ୱରର ନୃସିଂହ ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ। ପୂର୍ବରୁ ନୃସିଂହ ମାଉଣ୍ଟ ଏଲବ୍ରୁସ ୫.୬୪୨ ମିଟର , ୧୮.୫୧.୧୦ଫୁଟ ଉଚ୍ଚତା , ମାଉଣ୍ଟ କିଲିମାଞ୍ଜାରୋ ୫.୮୯୫ ମିଟର ଓ ୧୮.୫୧.୧୦ ଫୁଟ ଉଚ୍ଚତା ଓ ମାଉଣ୍ଟ ଷ୍ଟ୍ରକ୍‍ କାଙ୍ଗରେ ୬. ୧୫୩ ମିଟର , ୨୦.୧୮୭ ଫୁଟ ଉଚ୍ଚତା ପର୍ବତକୁ ସଫଳତାର ସହିତ ଆରୋହଣ କରିଥିଲେ।

Leave A Reply