ସର୍ବିୟା-କାମେରୁନ୍ ମୁକାବିଲା ୩-୩ ଡ୍ର

ଅଲ୍ ୱାକ୍ରା: ଚଳିତ ଫୁଟ୍ବଲ ବିଶ୍ବକପ୍ରେ ସବୁଠାରୁ ରୋମାଞ୍ଚକର ତଥା ସଂଘର୍ଷପୂର୍ଣ୍ଣ ମୁକାବିଲା ସୋମବାର ଦେଖିବାକୁ ମିଳିଛି । ସର୍ବିୟା ଓ କାମେରୁନ୍ ମଧ୍ୟରେ ଗ୍ରୁପ୍ ‘ଜି’ର ଏହି ମ୍ୟାଚ୍ ୩-୩ ଗୋଲ୍ରେ ଡ୍ର ରହିଛି । ଫଳରେ ଉଭୟ ଦଳ ପଏଣ୍ଟ ଖାତା ଖୋଲିଛନ୍ତି । ସେମାନଙ୍କ ପ୍ରଥମ ମ୍ୟାଚ୍ରେ ସର୍ବିୟା ଓ କାମେରୁନ୍ ପରାସ୍ତ ହୋଇଥିଲେ । ମ୍ୟାଚ୍ର ପ୍ରଥମ ଅଧଘଣ୍ଟାରେ କାମେରୁନ୍ ଗୋଲଦେଇ ଆଗୁଆ ହୋଇ ଯାଇଥିବା ବେଳେ ୫ ମିନିଟ ମଧ୍ୟରେ ସର୍ବିୟା ୩ଟି ଗୋଲ୍ଦେଇ ୩-୧ରେ ଆଗୁଆ ହୋଇ ଯାଇଥଲା । ପରେ ୩ ମିନିଟ ମଧ୍ୟରେ ଉଭୟ ଗୋଲ୍ କାମେରୁନ୍ ସୁଝାଇ ଦେଇଥିଲା। ପ୍ରଥମଥର ଏକ ବିଶ୍ବକପ୍ ମ୍ୟାଚ୍ରେ କାମେରୁନ୍ ୩ଟି ଗୋଲ୍ ଦେଇପାରିଛି। ଏହି ଡ୍ର ସହ ଉଭୟ ଦଳ ସେମାନଙ୍କ ପ୍ରିକ୍ବାର୍ଟରଫାଇନାଲ ଖେଳିବା ଆଶା ବଜାୟ ରଖିଛନ୍ତି। ଆସନ୍ତା ୨ରେ ସର୍ବିୟା-ସ୍ବିଜରଲାଣ୍ଡ, କାମେରୁନ୍-ବ୍ରାଜିଲ ମୁକାବିଲା ହେବ।
ମ୍ୟାଚ୍ ଆରମ୍ଭରୁ ସର୍ବିୟା ଭଲ ପ୍ରଦର୍ଶନ କରିଥଲା। ସର୍ବିୟାର ଆଲେକ୍ଜାେଣ୍ଡ୍ରା ମିଟ୍ରୋଭିଚ୍ଙ୍କ ହେଡର ଗୋଲ୍ପୋଷ୍ଟର ଉପରେ ଚାଲି ଯାଇଥିବା ବେେଳ ପରେ ତାଙ୍କର ଏକ ସଟ୍ ଗୋଲ୍ପୋଷ୍ଟରେ ବାଜିଥିଲା। ପରେ କାମେରୁନ୍ ଖେଳାଳିଙ୍କ ତ୍ରୁଟିରୁ ଗୋଲ୍ପୋଷ୍ଟ ସମ୍ମୁଖରେ ମିଟ୍ରୋଭିଚ୍ ବଲ୍ ପାଇଥିଲେ। ହେଲେ ତାଙ୍କୁ କେବଳ ଗୋଲ୍ରକ୍ଷକଙ୍କୁ ପରାସ୍ତ କରିବାର ଥିଲେ ହେଁ ମିଟ୍ରୋଭିଚ୍ ବାହାରକୁ ମାରିଥିଲେ। ସର୍ବିୟା ପ୍ରାଧାନ୍ୟ ବିସ୍ତାର କରିଥିେଲ ହେଁ ପ୍ରଥମ ଗୋଲ୍ କାମେରୁନ୍ ଦେଇଥିଲା। ୨୯ ମିନିଟରେ ଏକ କର୍ଣ୍ଣର କିକ୍ରୁ ହେଡ୍କରି କାମେରୁନ୍ର ଜାଁ-ଚାର୍ଲସ କାଷ୍ଟେଲେଟୋ ଏହି ଗୋଲ୍ଟି ଦେଇଥିଲେ। ପ୍ରଥମାର୍ଦ୍ଧର ଇଞ୍ଜ୍ୟୁରି ସମୟରେ ସର୍ବିୟା ୨ଟି ଗୋଲ୍ଦେଇ କାମେରୁନ୍କୁ ସ୍ତବ୍ଧ କରିଥିଲା। ପ୍ରଥମ ମିନିଟରେ ସର୍ବିୟାର ଡୁସାନ୍ ଟାଡିଚ୍ ଏକ ଫ୍ରିକିକ୍ କାମେରୁନ୍ ଗୋଲ୍ପୋଷ୍ଟ ସମ୍ମୁଖକୁ ମାରିଥିଲେ। ଷ୍ଟ୍ରାହିନ୍ୟା ପାଭ୍ଲୋଭିଚ୍ କୁଦାମାରି ନେଟ୍ର କୋଣକୁ ବଲ୍ ହେଡ୍ କରିଥିଲେ।
୨ ମିନିଟ ପରେ ସର୍ବିୟା ଆଗୁଆ ହୋଇ ଯାଇଥିଲା। କାମେରୁନ୍ ରକ୍ଷାପନ୍ଥୀର ତ୍ରୁଟିରୁ ବଲ୍ ପାଇ ସର୍ଜେଇ ମିଲିଙ୍କୋଭିଚ୍-ସାଭିଚ୍ ଗୋଲ୍ ଦେଇଥିଲେ। ମଧ୍ୟାନ୍ତର ସୁଦ୍ଧା ସର୍ବିୟା ୨-୧ ଗୋଲ୍ରେ ଆଗୁଆ ଥିଲା। ସର୍ବିୟା ଦେଇଥିବା ୨ୟ ଗୋଲ୍ର ଶେୟଃ ସମ୍ପୂର୍ଣ୍ଣ ଭାବେ ଆଲେକ୍ଜାେଣ୍ଡ୍ରା ମିଟ୍ରୋଭିଚ୍ଙ୍କର। ୫୩ ମିନିଟରେ ସେ ହିଁ ଆକ୍ରମଣ ଆରମ୍ଭ କରିଥିଲେ ଏବଂ ଗୋଲ୍ ସ୍କୋର୍କରି ଏହାକୁ ଶେଷ କରିଥିଲେ। ୧-୩ ଗୋଲ୍ରେ ପଛୁଆ ରହିବା ପରେ କାମେରୁନ୍ ତା’ର ପୁରୁଖା ଫରୱାର୍ଡ ଭିନ୍ସେଣ୍ଟ ଆବୌବେକରଙ୍କୁ ପଡ଼ିଆକୁ ଓହ୍ଲାଇଥିଲା। ଦଳର ଏହି ରଣନୀତି ସଫଳ ହୋଇଥିଲା।
୬୩ ମିନିଟ୍ରେ ଆବୌବେକର ଏକ ଚମତ୍କାର ଚିପ୍ ସଟ୍ ମାରି ଗୋଲ୍ ଦେଇଥିଲେ। ୩ ମିନିଟ ପରେ ଆବୌବେକର ଏକ ଚମତ୍କାର ପାସ୍ ଦେଇଥିଲେ କାମେରୁନ୍ର ଅଧିନାୟକ ଏରିକ୍ ମାକ୍ସିମ୍ ଚୌପୋ-ମୋଟିଙ୍ଗ୍ଙ୍କୁ। ଏଥିରୁ ମୋଟିଙ୍ଗ୍ କାମେରୁନ୍ ପାଇଁ ୩ୟ ଗୋଲ୍ ଦେଇଥିଲେ। ୭୭ ମିନିଟରେ ସର୍ଜେଇ ମିଲିଙ୍କୋଭିଚ୍-ସାଭିଚ୍ଙ୍କ ପାଖରେ ସର୍ବିୟାକୁ ଆଗୁଆ କରିବାର ସୁଯୋଗ ଥିଲେ ହେଁ ତାଙ୍କ ସଟ୍ ଗୋଲ୍ପୋଷ୍ଟ ଉପରେ ଚାଲି ଯାଇଥିଲା। ୮୬ ମିନିଟରେ ଆବୌବେକର ଏକ ଜୋରଦାର ସଟ୍ ମାରିଥିଲେ ହେଁ ସର୍ବିୟା ଗୋଲ୍ରକ୍ଷକ ଏହାକୁ ରୋକି ଦେଇଥିଲେ।
Comments are closed.