କ୍ରୀଡ଼ାମନ୍ତ୍ରୀ ରିଜିଜୁଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ୪୯ ବର୍ଷୀୟ ରିଜିଜୁ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଶନିବାର କରୋନା ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍‌ ଆସିଛି। ପଜିିଟିଭ୍‌ ରିପୋର୍ଟ ଆସିବା ପ​‌େ​‌ର ଡାକ୍ତରଙ୍କ ପରାମର୍ଶ ନେଇଛି। ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମୋ ସସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ କ୍ରୀଡ଼ାମନ୍ତ୍ରୀ ରିଜିଜୁ ଅନୁରୋଧ କରିଛନ୍ତି। ରିଜିଜୁ ଉତ୍ତରାଖଣ୍ଡରେ ଜଳକ୍ରୀଡ଼ା କେନ୍ଦ୍ର ଓ ଦୁଃସାହସିକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିଥିଲେ। ତାଙ୍କ ସହ ଉକ୍ତ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ ଉପସ୍ଥିତ ଥିଲେ।

Comments are closed.