ଟୋକିଓ ଅଲିମ୍ପିକ୍ସ-୨୦୨୦: ଭାରତୀୟ ଦଳର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର

Related Posts
ନୂଆଦିଲ୍ଲୀ : କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଟୋକିଓ ଅଲିମ୍ପିକ୍ସ-୨୦୨୦ ନିମନ୍ତେ ଅଂଶଗ୍ରହଣ କରୁଥିବା ଭାରତୀୟ ଖେଳାଳୀମାନଙ୍କ ପ୍ରସ୍ତୁତି ନେଇ ସପ୍ତମ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଏ ସମ୍ପର୍କରେ ସମୀକ୍ଷା କରିଛନ୍ତି । କେନ୍ଦ୍ର କ୍ରୀଡା ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତୀଶ ପରମାଣିକ ଏଥିରେ ଯୋଗ ଦେଇଥିବାବେଳେ, କ୍ରୀଡା ସଚିବ ରବି ମିତଲ, ଭାରତୀୟ ଅଲିମ୍ପିକ ସଂଘ ସଭାପତି ନରିନ୍ଦର ବାତ୍ରା ଓ କ୍ରୀଡା ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଏଥିରେ ଯୋଗ ଦେଇଥିଲେ । ବୈଠକରେ ମନୋନୀତ କ୍ରୀଡାବିତ୍ମାନଙ୍କ ବିଶ୍ୱସ୍ତରୀୟ ତାଲିମ ସମେତ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା ।
ଶ୍ରୀ ଅନୁରାଗ ଠାକୁର ଅଧିକାରୀମାନଙ୍କ ସହ ଚିୟର ଫର ଇଣ୍ଡିଆ ଅଭିଯାନର ପ୍ରଗତି ଓ ମଙ୍ଗଳବାର ଅପରାହ୍ନ ୫ଟାରେ ଟୋକିଓ ଯାଇଥିବା କ୍ରୀଡାବିତ୍ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ ତଥା ସେମାନଙ୍କୁ ଉତ୍ସାହିତ କରିବା ନେଇ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏହି ମତବିନିମୟ କାର୍ଯ୍ୟକ୍ରମ ଦୂରଦର୍ଶନରେ ସିଧା ପ୍ରସାରିତ ହେବା ସହ ଅନ୍ୟାନ୍ୟ ସରକାରୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଜରିଆରେ ମଧ୍ୟ ପ୍ରସାରିତ ହେବ ।
Comments are closed.