କ୍ରୀଡା ପ୍ରଶିକ୍ଷାର୍ଥୀଙ୍କୁ ମିଳିବ ଅଧିକ ପୁଷ୍ଟିକର ଖାଦ୍ୟ

ବିଭିନ୍ନ ବର୍ଗର କ୍ରୀଡ଼ାବିତ୍‍ମାନଙ୍କର ଖାଦ୍ୟ ଶୃଙ୍ଖଳାକୁ ସମତୁଲ କରିବା ପାଇଁ ଦିଆଯାଉଥିବା ଅର୍ଥ ରାଶି ବୃଦ୍ଧି କରାଯାଇଛି। କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏହା ଘୋଷଣା କରିଛନ୍ତି। ଏହି ଅର୍ଥରାଶି ବୃଦ୍ଧି ପରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ପ୍ରଶିକ୍ଷଣ ନେଉଥିବା ୧୨ ହଜାର ୫୦୦ କ୍ରୀଡ଼ାବିତ୍‍ ଲାଭବାନ ହେବେ। ଏଥି ପାଇଁ କ୍ରୀଡା ମନ୍ତ୍ରାଳୟ ଅତିରିକ୍ତ ୧୫୦ କୋଟି ଟଙ୍କା ମଂଜୁର କରିବା।

ପୂର୍ବରୁ ଜଣେ କ୍ରୀଡ଼ାବିତ୍‍ଙ୍କ ପାଇଁ ଖାଦ୍ୟ ବାବଦକୁ ୨୫୦ ଟଙ୍କା ମିଳୁଥିବା ବେଳେ କନିଷ୍ଠ କ୍ରୀଡ଼ାବିତ୍‍ ୪୮୦ ଟଙ୍କା ଏବଂ ବରିଷ୍ଠ କ୍ରୀଡ଼ାବିତ୍‍ମାନଙ୍କୁ ୬୯୦ ଟଙ୍କା ମିଳୁଥିଲା। ବର୍ତ୍ତମାନ ଏହାକୁ ସମାନ ପରିମାଣ କରିବାକୁ କ୍ରୀଡା ମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ପଟିଆଲାସ୍ତିତ ଜାତୀୟ କ୍ରୀଡା ପ୍ରତିଷ୍ଠାନରେ କନିଷ୍ଠ ଏବଂ ବରିଷ୍ଠ ଓ ସାଇ ପ୍ରଶିକ୍ଷାର୍ଥୀଙ୍କୁ ଅଲଗା ଅଲଗା ପ୍ରକାରର ଖାଦ୍ୟ ଦିଆଯାଉଥିବା ମନ୍ତ୍ରୀ ଦେଖିବାକୁ ପାଇଥିଲେ। ଯେହେତୁ ଜଣେ କ୍ରୀଡ଼ାବିତ ପାଇଁ ପୁଷ୍ଟିକର ଖାଦ୍ୟ ଜରୁରୀ, ତେଣୁ ସେମାନଙ୍କୁ ଏକ ପ୍ରକାରର ପୁଷ୍ଟିକର ଖାଦ୍ୟ ଯୋଗାଣ ଉପରେ ରିଜିଜୁ ଗୁରୁତ୍ୱ ଦେଇଛନ୍ତି।

Comments are closed.