ରାମକୁମାରଙ୍କୁ ଜୀବନର ଶ୍ରେଷ୍ଠ ମାନ୍ୟତା

0

ନୂଆଦିଲ୍ଲୀ : ସୋମବାର ପ୍ରକାଶିତ ଏଟିପି ମାନ୍ୟତାରେ ରାମକୁମାର ରାମନାଥନ୍‍ ଜୀବନର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ଏଟିପି ମାନ୍ୟତାରେ ରାମକୁମାର ୪୬ଟି ସ୍ଥାନ ଉପରକୁ ଉଠି ୧୧୫ ନଂରେ ରହିଥିବା ଜଣାପଡ଼ିଛି। ହଲ୍‍ ଅଫ୍‍ ଫେମ୍‍ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ରନର୍ସଅପ୍‍ ହୋଇଥିବାରୁ ରାମକୁମାରଙ୍କ ମାନ୍ୟତାରେ ଉନ୍ନତି ଘଟିଥିବା ପ୍ରକାଶ।
ହଲ୍‍ ଅଫ୍‍ ଫେମ୍‍ ଓପନ୍‍ ଟେନିସ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ରାମକୁମାର ଆମେରିକାର ଷ୍ଟିଭ୍‍ ଜନସନ୍‍ଙ୍କଠାରୁ ୫-୭, ୬-୪, ୨-୬ ସେଟ୍‍ରେ ପରାସ୍ତ ହୋଇଥିଲେ। ରନର୍ସଅପ୍‍ ହୋଇଥିବାରୁ ରାମକୁମାରଙ୍କୁ ୧୫୦ ରାଙ୍କିଙ୍ଗ ପଏଣ୍ଟ ମିଳିଥିଲା। ଏଥିସହ ତାଙ୍କୁ ପୁରସ୍କାର ବାବଦରେ ୫୨,୩୪୦ ଡଲାର ଅର୍ଥ ମିଳିଥିଲା। ସୂଚନାଥାଉକି ୧୯୯୮ରେ ଲିଆଣ୍ଡର ପେସ୍‍ ହଲ୍‍ ଅଫ୍‍ ଫେମ୍‍ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‍ ହୋଇଥିଲେ।
ପୁରୁଷ ସିଙ୍ଗଲ୍‍ସ ମାନ୍ୟତାରେ ୟୁକି ଭାମ୍ବ୍ରି ଗୋଟିଏ ସ୍ଥାନ ତଳକୁ ଖସି ୮୬ନଂରେ ରହିଥିବା ବେଳେ ପ୍ରାଜନେଶ୍‍ ଗଣେଶ୍ୱରନ୍‍ ୨ଟି ସ୍ଥାନ ତଳକୁ ଖସି ୧୮୬ନଂରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁମିତ ନାଗଲ୍‍ ୨୬୯, ସାକେତ୍‍ ମାଇନେନି ୩୩୯ ଓ ଅର୍ଜୁନ ଖାଡେ ୩୪୫ ନଂରେ ରହିଛନ୍ତି। ଡବଲ୍‍ସ ମାନ୍ୟତାରେ ରୋହନ ବୋପନ୍ନା ପୂର୍ବପରି ୨୭ନଂରେ ରହିଥିବା ବେଳେ ଦିିଭିଜ୍‍ ଶରଣ ୨ଟି ସ୍ଥାନ ତଳକୁ ଖସି ୩୮, ଲିଆଣ୍ଡର ପେସ୍‍ ୫ଟି ସ୍ଥାନ ତଳକୁ ଖସି ୮୦, ପୂରବ ରାଜା ୨ଟି ସ୍ଥାନ ତଳକୁ ଖସି ୮୩ନଂରେ ରହିଛନ୍ତି।

Leave A Reply