ଦକ୍ଷିଣ ଏସୀୟ ଫୁଟବଲ ଟେନିସ୍‍: ଭାରତୀୟ ଦଳରେ ୯ ଓଡ଼ିଆ

0

କଟକ : ନେପାଳର କାଠମାଣ୍ଡୁରେ ଆସନ୍ତା ୯ ଓ ୧୦ରେ ଖେଳାଯିବାକୁ ଥିବା ଦକ୍ଷିଣ ଏସିଆନ୍‍ ଫୁଟବଲ ଟେନିସ୍‍ ଚମ୍ପିଆନ୍‍ସିପ ନିମନ୍ତେ ପୁରୁଷ ଓ ମହିଳା ଦଳ ଘୋଷିତ ହୋଇଛି। ଉଭୟ ଦଳରେ ମୋଟ ୯ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ପୁରୁଷ ଦଳରେ ୧୨ଜଣ ଖେଳାଳି ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଓ ମହିଳା ଦଳରେ ୬ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ୪ଜଣ ଓଡ଼ିଆ ଖେଳାଳି ରହିଛନ୍ତି। ଖେଳାଳିମାନଙ୍କ ସହ ଅଫିସିଆଲ୍‍ ଭାବେ ସୁଜିତ ପାତ୍ର, ଫେଡେରେସନ୍‍ ଅଫିସିଆଲ୍‍ ଭାବେ ଏଆଇଏଫ୍‍ଟିଏ ସଭାପତି ଡକ୍ଟର ନୀଳମାଧବ ନନ୍ଦ, ମହାସଚିବ ସହଦେବ ରାଉତ କାଠମାଣ୍ଡୁ ଯିବେ।
ପୁରୁଷ ଦଳ : କଳାମହଲ ନାୟକ, ପାପୁନା ସାହୁ, କହ୍ନେଇ ନାୟକ, ମହମ୍ମଦ ଆଫ୍ରିଦି, ଦିପାଲ ଦିଗଲ୍‍ (ସମସ୍ତେ ଓଡ଼ିଶା), ମହମ୍ମଦ ୟାସିନ, ମହମ୍ମଦ ବସିତ (ସମସ୍ତେ କେରଳ), କେ.ବେଣୁ, ବି. ସାଇ ତାଜ ଗୌଡ଼ା, ବି. ସାଇ କୁମାର ଗୌଡ଼ା (ସମସ୍ତେ ତେଲେଙ୍ଗାନା), ମନୀଷ କୁମାର, ଅମିତ ପ୍ରକାଶ (ସମସ୍ତେ ବିହାର)। ପ୍ରଶିକ୍ଷକ- ପି.ଏନ୍‍କେଟେସୁ (ଓଡ଼ିଶା), ମ୍ୟାନେଜର- ଅମଲ୍‍ ପି (କେରଳ)। ମହିଳା ଦଳ : ତୁଳସୀ ବେହେରା, ଅଫ୍‍ସରା ବେଗମ, ମମତା ବେହେରା, ତୃପ୍ତିମୟୀ ତରାଇ (ସମସ୍ତେ ଓଡ଼ିଶା), ନମିତା ସିହ୍ନା, ମନିତା କୁମାରୀ ରବି (ସମସ୍ତେ ବିହାର)।

Leave A Reply