ଏଣିକି ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିସ ଶିକ୍ଷା

ଭୁବନେଶ୍ବର : ରାଜ୍ୟରେ ଏଣିକି ପ୍ରଥମ ଶ୍ରେଣୀରୁ ପିଲାଙ୍କୁ  ସ୍ପୋକନ ଇଂଲିସ ଶିକ୍ଷା ଦିଆଯିବ । ସେହିପରି ୩୦ଟି ଜିଲ୍ଲାର ୧୦୧ଟି ସ୍କୁଲକୁ ଉତ୍କର୍ଷ କେନ୍ଦ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ସେହିସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ  ସ୍ପୋକନ ଇଂଲିସ ଶିକ୍ଷା ଦିଆଯିବ । ପ୍ରତ୍ୟେକ ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ୨୫ ଲକ୍ଷ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷରେ ୨୦ରୁ କମ୍ ପିଲା ଥିବା ସ୍କୁଲକୁ ପାଖ ସ୍କୁଲରେ ମିଶାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟସ୍କୁଲକୁ ସ୍ଥାନାନ୍ତର ପିଲାଙ୍କୁ  ସର୍ବାଧିକ ୫ହଜାର ଟଙ୍କାର ସ୍ଥାନାନ୍ତର ଭତ୍ତା ମିଳିବ।

Comments are closed.