ଭୁବନେଶ୍ୱର – ବାଙ୍ଗିରିପୋସି ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୧୮୯୨ ଭୁବନେଶ୍ୱର-ବାଙ୍ଗିରିପୋସି ସ୍ୱତନ୍ତ୍ର ଟ୍ରେନ ଜାନୁୟାରୀ ୧୨ରୁ ଫେବୃଆରୀ ୨୮ ମଧ୍ୟରେ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୭ଘ.୩୦ମିରେ ଛାଡି ବାଙ୍ଗିରିପୋସିରେ ରାତି ୧୨ଟା.୦୫ମି.ରେ ପହଞ୍ଚିବ। ସେହିପରି ୦୧୮୯୧ ବାଙ୍ଗିରିପୋସି-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଜାନୁଆରୀ ୧୩ରୁ ମାର୍ଚ୍ଚ ୧ ମଧ୍ୟରେ ବାଙ୍ଗିରିପୋସିରୁ ପ୍ରତିଦିନ ଭୋର ୪ଟା୨୦ମିରେ ଛାଡି ପୂର୍ବାହ୍ନ ୧୦ ଘଟିକାରେ ଭୁବନେଶ୍ୱରରେ ପହଞ୍ଚିବ।

ଏହି ସ୍ୱତନ୍ତ୍ର ଟ୍ରେନ୍ ଉଭୟ ଦିଗରୁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ମାର୍କୋଣା, ସୋରୋ, ବାଲେଶ୍ୱର, ରୂପସା, ଠାକୁରତୋଟା, ଜଗପୁରା, ଜୋଗଲ୍, ବେତନଟୀ, କୃଷ୍ଣଚନ୍ଦ୍ରପୁର ଏବଂ ବାରିପଦା ଷ୍ଟେସନମାନଙ୍କରେ ରହଣି କରିବ।

Comments are closed.