ଜାଣନ୍ତୁ, ବର୍ଷା ଦିନେ କିଭଳି ରଖିବେ ମସଲା

0

ବର୍ଷା ଦିନେ ସ୍ବାସ୍ଥ୍ୟର ଯତ୍ନ ନେବା ଯେତିକି ଜରୁରୀ, ତାହାଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଖାଦ୍ୟପଦାର୍ଥ । ଏହି ଦିନରେ ଖାଦ୍ୟ ପଦାର୍ଥ ପୃଷ୍ଟିକର ହେବା ଦରକାର । ଏଥିପାଇଁ ଘରେ ମହଜୁଦ ରହିଥିବା ଖାଦ୍ୟ ସାମଗ୍ରୀ ଉପରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ । ବର୍ଷା ଦିନେ ଅନେକ ଖାଦ୍ୟ ସାମଗ୍ରୀ ନଷ୍ଟ ହେବା ସହ ସେଥିରେ ପୋକ ଲାଗିଥାଏ । ସୁସ୍ବାଦୁ ବ୍ୟଞ୍ଜନ ପାଇଁ ବ୍ୟବହାର ହେଉଥିବା ମସଲା ଗୁଡିକର ଏଦିନରେ ବିଶେଷ ଯତ୍ନ ନେବାକୁ ପଡେ । ନହେଲେ ମସଲ ବିଣ୍ଡା ହେବା ସହ ପୋକ ଲାଗିଯାଇଥାଏ । ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ତେବେ ବର୍ଷାଦିନେ ଏହି ଉପାୟରେ ମସଲାଗୁଡିକ ଯତ୍ନ ନିଅନ୍ତୁ ।

୧. ବନ୍ଦ ଡବା: ଯେଉଁ ଡବାରେ ମସଲା ରଖୁଛନ୍ତି, ତାହାକୁ ଭଲ ଭାବରେ ବନ୍ଦ କରି ରଖନ୍ତୁ। ଯେପରି ବାୟୁ ପ୍ରବେଶ କରିପାରିବ ନାହିଁ । ସର୍ବଦା ମସଲାକୁ ଏୟାର ଟାଇଟ୍ କଣ୍ଟେନରରେ ରଖନ୍ତୁ।

୨. ନିଆଁ ପାଖରୁ ଦୂରେଇ ରଖନ୍ତୁ: ମସଲାକୁ କଦାପି ନିଆଁ ପାଖରେ ରଖନ୍ତୁ ନାହିଁ। ମସଲାର ବ୍ୟବହାର ସରିବା ପରେ ତାହାକୁ ଅନ୍ୟ ସ୍ଥାନରେ ରଖନ୍ତୁ।

୩. ସୂର୍ଯ୍ୟାଲୋକରୁ ଦୂରେଇ ରଖନ୍ତୁ: ମସଲାକୁ ସୂର୍ଯ୍ୟାଲୋକରେ ରଖନ୍ତୁ ନାହିଁ। ଏହା ଦ୍ବାରା ମସଲାରେ ରଙ୍ଗ ଫିକା ପଡିଥାଏ ଏବଂ ଏଥିରେ ଥିବା ଔଷଧୀୟ ଗୁଣ ନଷ୍ଟ ହୋଇଯାଏ । ଏହାକୁ ସର୍ବଦା ଥଣ୍ଡା ବା ଅନ୍ଧାର ସ୍ଥାନରେ ରଖିବା ଉଚିତ୍ ।

୪. ଫ୍ରିଜ୍ ରେ ରଖନ୍ତୁ ନାହିଁ: ମସଲାକୁ ଫ୍ରିଜ୍ ରଖନ୍ତୁ ନାହିଁ । ଏହା ଦ୍ବାରା ମସଲା ବିଣ୍ଡା ହୋଇଯାଏ ।

୫. ପାଣି ସଂସ୍ପର୍ଶ: ମସଲା ଗୁଡିକୁ ପାଣିଠାରୁ ଯଥେଷ୍ଟ ଦୂରରେ ରଖନ୍ତୁ । ଓଦା ବା ପାଣି ହାତରେ ମସଲା କାଢନ୍ତୁ ନାହିଁ । ମସଲା ଡବାକୁ ପାଣି ସଂସ୍ପର୍ଶରେ ଆଣନ୍ତୁ ନାହିଁ।

Leave A Reply