ଆସିଲା ‘ସ୍ପାଇସ୍‍ଜେଟ’ର ବମ୍ପର ଅଫର ; ୮୮୮ ଟଙ୍କାରେ କରନ୍ତୁ ଉଡାଣ ଯାତ୍ରା

0

ନୂଆଦିଲ୍ଲୀ : ପାର୍ବଣ ଋତୁରେ ସମସ୍ତ ଏୟାରଲାଇନ୍ସ କମ୍ପାନୀଗୁଡିକ ଗ୍ରାହକ ମାନଙ୍କ ଉଡାଣ ପାଇଁ ଭଲ ଅଫର ଦେଇଥିବା ଦେଖିବାକୁ ମିଳିଥାଏ। ସବୁ କମ୍ପାନୀ ବହୁ କମ ଦାମରେ ଗ୍ରାହକମାନଙ୍କୁ ଟିକେଟ ଦେଇଥାନ୍ତି। ଏହି ଧାରାରେ ବର୍ତ୍ତମାନ ‘ସ୍ପାଇସ୍‍ଜେଟ’ ସାମିଲ ହୋଇଛି। କମ୍ପାନୀ ନିଜର ଏକ ବିଶେଷ ସେଲ ଅଫର ବାହାର କରିଛି। ଏହି ସେଲ୍‍ରେ ଏକ ଟିକେଟର ମୂଲ୍ୟ ୮୮୮ ଟଙ୍କା ରହିଛି। ଏହି ଅଫରରେ ଗ୍ରାହକ ମାନେ ଅକ୍ଟୋବର ୨୮ ତାରିଖ ପର୍ଯ୍ୟନ୍ତ କରିପାରିବେ। ବୁକିଂ କରାଯାଇଥିବା ଟିକେଟ ଗୁଡିକୁ ଲୋକମାନେ ନଭେମ୍ବର ୮ ତାରିଖରୁ ଆରମ୍ଭ କରି ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଯାତ୍ରା କରିପାରିବେ। ଏହି ଟିକେଟ ଦ୍ୱାରା ଲୋକମାନେ କେବଳ ଥରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରା କରିପାରିବେ। ଗ୍ରାହକ ମାନେ ଏହି ଟିକେଟକୁ କମ୍ପାନୀର ୱେବସାଇଟ୍‍ କିମ୍ବା ଆପ ଦ୍ୱାରା ବୁକିଂ କରିପାରିବେ। ବୁକିଂ କରିବା ଟିକେଟକୁ ଗ୍ରାହକ ମାନେ ରଦ୍ଧ ମଧ୍ୟ କରିବାର ବ୍ୟବସ୍ଥା ରହିଛି। ଯାହାଦ୍ୱାରା ଗ୍ରାହକ ମାନଙ୍କୁ ରଦ୍ଧ କରିବା ଅର୍ଥରାଶି ଦେବାକୁ ପଡିବ। ଏହି ଅଫରକୁ ନେଇ ଗ୍ରାହକ ମାନଙ୍କ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି।

Leave A Reply