୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର ; ଲାଗୁ ହୋଇଛି ସ୍ୱତନ୍ତ୍ର ନିୟମ

ଭୁବନେଶ୍ୱର : କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ତେଣୁ ସାମ୍ଭାବ୍ୟ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ନେଇ ଓଡିଶା ସରକାର ୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର ରଖିବାକୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି।। ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ ଫେରନ୍ତାଙ୍କ ଉପରେ ନଜର ରଖାଯିବା ସହ ସ୍ୱତନ୍ତ୍ର କଟକଣା ଲାଗୁ କରାଯାଇଛି। ୫ ହାଇ ରିସ୍କ ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି। ପୂର୍ବଭଳି ୭ ଦିନିଆ ହୋମ ଆଇସୋଲେସନରେ ରହିବା ବାଧ୍ୟତାମୂଳକ, ଟିକାକରଣ ପ୍ରମାଣପତ୍ର ଥିଲେ ହୋମ ଆଇସୋଲେସନ ଅନାବଶ୍ୟକ, ଆରଟିପିସିଆର ନେଗେଟିଭ ରିପୋର୍ଟ ଥିଲେ ସଙ୍ଗରୋଧ ଜରୁରୀ ନୁହେଁ। ଏହାସହ ୨ ଦିନ ପୂର୍ବରୁ ହିଁ ସମ୍ପୃକ୍ତ ରାଜ୍ୟରୁ ଫେରୁଥିବା ଯାତ୍ରୀମାନଙ୍କ ଲାଗି ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ ଆଣ୍ଟିଜେନ କିଟ ପରୀକ୍ଷା କରିବା ଲାଗି ନିୟମ ଲାଗୁ କରାଯାଇଛି।
ପୂର୍ବରୁ ରାଜ୍ୟ ସରକାର ୧୨ ରାଜ୍ୟ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିଶିଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ, କର୍ଣ୍ଣାଟକ, ଓ ଆନ୍ଧ୍ରପ୍ରଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

 

Comments are closed.