ବାତିଲ ହେଲା ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: କୋଭିଡ ମହାମାରୀ ସତର୍କତାକୁ ଦୃଷ୍ଟିରେ ରଖି ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ସ୍ବତନ୍ତ୍ର ଟ୍ରେନ୍‌କୁ ବାତିଲ କରିଦିଆଯାଇଛି। ୦୨୮୨୩ ଭୁବନେଶ୍ବରରୁ ଯାଉଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ ଭାୟା ଟାଟା ଚଳିତ ମାସ ୧୧,୧୪,୧୭ ଓ ୧୮ରେ ବନ୍ଦ ରହିବ। ୦୨୮୨୪ ଟାଟା ଦେଇ ନୂଆଦିଲ୍ଲୀରୁ ଛାଡୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ୍‌ ଆସନ୍ତା ୧୨,୧୫,୧୭ ଓ ୧୯ ତାରିଖରେ ଚାଲିବ ନାହିଁ l ଆସନ୍ତା ୧୬ରେ ୦୨୮୨୫- ଭୁବନେଶ୍ୱରରୁ ଛାଡୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ୍‌କୁ ବାତିଲ କରାଯାଇଛିl

୦୨୮୨୬ ନୂଆଦିଲ୍ଲୀରୁ ଛାଡ଼ିବାକୁ ଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ ୧୮ ତାରିଖ ଦିନ ବନ୍ଦ ରହିବ। ୦୨୮୫୫ ସମ୍ବଲପୁର ଦେଇ ଭୁବନେଶ୍ୱରରୁ ଛାଡୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ୍‌ ଯଥାକ୍ରମେ ୧୨ ଓ ୧୯ ତାରିଖରେ ବନ୍ଦ ରହିବ। ଏହାଛଡ଼ା ୦୨୮୫୬ ନୂଆଦିଲ୍ଲୀରୁ ଛାଡୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ୍‌ ୧୩ ଓ ୨୦ ତାରିଖରେ ବନ୍ଦ ରହିବ।

Comments are closed.