ମିଥୁନ ସଂକ୍ରାନ୍ତି ତଥା ରଜପର୍ବରେ ସୌର ମଣ୍ଡଳରେ ହୋଇଥାଏ ବିରାଟ ପରିବର୍ତ୍ତନ

ବର୍ଷରେ ୧୨ଟି ସଂକ୍ରାନ୍ତି ପଡ଼ିଥାଏ, ଯେଉଁଥିରେ ସୂର୍ଯ୍ୟ ଅଲଗା ଅଲଗା ରାଶି, ନକ୍ଷତ୍ରରେ ବିରାଜମାନ କରିଥାଆନ୍ତି। ଏସବୁ ସଂକ୍ରାନ୍ତିରେ ଦାନ-ଦକ୍ଷିଣା, ସ୍ନାନ, ପୁଣ୍ୟର ବହୁତ ମହତ୍ୱ ରହିଥାଏ। ଏହା ମଧ୍ୟରୁ ମିଥୁନ ସଂକ୍ରାନ୍ତି ଗୋଟିଏ। ମିଥୁନ ସଂକ୍ରାନ୍ତିରୁ ସୌରମଣ୍ଡଳରେ ଏକ ବଡ଼ ପରିବର୍ତ୍ତନ ହୋଇଥାଏ, ଅର୍ଥାତ୍‍ ଏହାପରଠାରୁ ବର୍ଷାଋତୁ ଆରମ୍ଭ ହୋଇଯାଏ। ଏହିଦିନ ସୂର୍ଯ୍ୟ ବୃଷ ରାଶିରୁ ବାହାରି ମିଥୁନ ରାଶିରେ ପ୍ରବେଶ କରିଥାଆନ୍ତି। ଯଦ୍ୱାରା ସବୁ ରାଶିଗୁଡ଼ିକରେ ନକ୍ଷତ୍ରର ଦିଗ ବଦଳି ଯାଏ। ସୌରମଣ୍ଡଳରେ ଆସିଥିବା ଏହି ପରିବର୍ତ୍ତନକୁ ଜ୍ୟୋତିଷଶାସ୍ତ୍ରରେ ଖୁବ୍‍ ଗୁରୁତ୍ୱ ଦିଆଯାଇଛି। ତେଣୁ ଏହିଦିନରେ ପୂଜାର୍ଚ୍ଚନାର ବିଶେଷ ମହତ୍ୱ ରହିଥାଏ। ଦେଶର ବିଭିନ୍ନ ସ୍ଥାନରେ ଏହାକୁ ଭିନ୍ନ ଭିନ୍ନ ଉପାୟରେ ଓ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ଦକ୍ଷିଣରେ ଏହାକୁ ସଂକ୍ରମାନମ, ପୂର୍ବରେ ଆଷାଢ, କେରଳରେ ମିଥୁନମ ଓଁଠ ଏବଂ ଓଡ଼ିଶାରେ ଏହାକୁ ରଜପର୍ବ ଭାବେ ପାଳନ କରିଯାଇଥାଏ। ଓଡ଼ିଶାରେ ୪ଦିନ ଧରି ଏହି ପର୍ବକୁ ଖୁବ୍‍ ଧୁମଧାମରେ ପାଳନ କରାଯାଏ।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Comments are closed.