MEllora 950×100

ଆଖି ସଜବାଜ

ଆଖିକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେତେଜଣ କାଜଲ, ମସ୍କରା, ଆଇଲାଇନର୍ ଓ ଆଇସ୍ୟାଡୋ ମଧ୍ୟ ଲଗାନ୍ତି। ଏତେ ପ୍ରକାର ପ୍ରସାଧନ ସାମଗ୍ରୀ ମଧ୍ୟରୁ ଆଇସ୍ୟାଡୋ ପ୍ରୟୋଗ ଟିକିଏ ଅଲଗା। ରଙ୍ଗବେରଙ୍ଗର ଆଇସ୍ୟାଡୋ ଆଖିରେ ଲଗାଇବା ପୂର୍ବରୁ କେତୋଟି କଥା ଜାଣିନେବା।
ନିଜ ତ୍ବଚାର ରଙ୍ଗ ଦେଖି ଆଇସ୍ୟାଡୋ କିଣନ୍ତୁ। ଆଜିକାଲି ଗୋଟିଏ କିମ୍ବା ଦୁଇଟି ରଙ୍ଗ ଥିବା ଆଇସ୍ୟାଡୋ ବଜାରରେ ମିଳୁଛି। ଆପଣଙ୍କ ତ୍ବଚାରେ କେଉଁ ରଙ୍ଗର ସ୍ୟାଡୋ ଭଲ ଦେଖାଯିବ, ତା’ର ପ୍ରୟୋଗ ଦୋକାନରେ କରି ଦେଖିବା ଜରୁରୀ।
ଅନ୍-ଲାଇନ୍‌ରେ ଆଇସ୍ୟାଡୋ କିଣିଲେ, ସେସବୁର ରଙ୍ଗ ଠିକ୍ ଭାବେ ଜାଣିହୁଏନି।
ବିଭିନ୍ନ ପ୍ରକାର ରଙ୍ଗ ଥିବା ଆଇସ୍ୟାଡୋ ଡବା ମଧ୍ୟ ମିଳୁଛି। କିଣିବା ପୂର୍ବରୁ ପ୍ରଥମେ ଭାବନ୍ତୁ ଯେ ସବୁ ରଙ୍ଗ ଆପଣ ଲଗାଇ ପାରିବେ କି ନାହିଁ।
ଅନ୍ୟ ଏକ ମୁଖ୍ୟ କଥା, ଏହି ସ୍ୟାଡୋ ଡବାରେ ବ୍ୟବହାର କରିବାର ଶେଷ ତାରିଖ ମଧ୍ୟ ଲେଖାହୋଇଥାଏ। ସେସବୁକୁ ଭଲଭାବେ ଦେଖି କିଣନ୍ତୁ।
ଆଖିରେ ଶସ୍ତା ତଥା ଅନାମଧ୍ୟେୟ କମ୍ପାନୀର ଆଇସ୍ୟାଡୋ ଲଗାନ୍ତୁନି। ଭଲ ବ୍ରାଣ୍ଡର ଆଇସ୍ୟାଡୋ ଲଗାନ୍ତୁ।

Comments are closed.