ଆଜିଠୁ ସ୍ବତନ୍ତ୍ର ଓଜେଇଇ ପାଇଁ ପଞ୍ଜୀକରଣ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ବାରା ପରିଚାଳିତ ବି.ଟେକ୍‌ ପାଠ୍ୟକ୍ରମ-୨୦୨୧ରେ ନାମ ଲେଖାଇବା ପାଇଁ ସ୍ବତନ୍ତ୍ର ଓଜେଇଇ ନିମନ୍ତେ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେଉଛି। ପଞ୍ଜୀକରଣ ଶେଷ ତାରିଖ ଅଗଷ୍ଟ ୧୦ ଥିବା ବେଳେ ଦେୟ ଦାଖଲ ଅବଧି ୧୨ ଅଗଷ୍ଟ ରାତି ୧୧.୫୯ମିନିଟ୍‌ ପର୍ଯ୍ୟନ୍ତ ରହିଛି।

ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମୁଖ୍ୟ ଫେବୃଆରୀ, ମାର୍ଚ୍ଚ ଏବଂ ଏପ୍ରିଲ ସେସନ (ଅଧିବେଶନ) ପରୀକ୍ଷା ଦେଇଥିବା କିମ୍ବା ମେ ଅଧିବେଶନ ନିମନ୍ତେ ପଞ୍ଜୀକରଣ କରିଥିବା ବିଦ୍ୟାର୍ଥୀ ସ୍ବତନ୍ତ୍ର ଓଜେଇଇ ପାଇଁ ପଞ୍ଜୀକରଣ କରିବା ଆବଶ୍ୟକତା ନାହିଁ। ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟରେ ବି.ଟେକ୍‌ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଜେଇଇ ମୁଖ୍ୟ ମାନ୍ୟତାଧାରୀଙ୍କୁ ପ୍ରାଥମିକତା ଦିଆଯାଇଥାଏ। ପରେ ଓଜେଇଇ ମାନ୍ୟତାଧାରୀଙ୍କୁ ଅଗ୍ରାଧିକାର ମିଳିବ।

ଏ ଦୃଷ୍ଟିରୁ ଜେଇଇ ମୁଖ୍ୟ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀ ପଞ୍ଜୀକରଣ କରିବା ଦରକାର ନାହିଁ। ଯେଉଁ ବିଦ୍ୟାର୍ଥୀ କୌଣସି କାରଣବଶତଃ ଜେଇଇ ମୁଖ୍ୟ ଦେଇ ପାରିନାହାନ୍ତି ଏବଂ ବି.ଟେକ୍ ପଢିବା ପାଇଁ ଆଗ୍ରହୀ ଅଛନ୍ତି ସେମାନେ ପଞ୍ଜୀକରଣ କରି ସ୍ବତନ୍ତ୍ର ଓଜେଇଇ ଦେଇପାରିବେ। ଓଜେଇଇ ୱେବସାଇଟ୍‌ (ojee.nic.in)କୁ ଲଗଇନ୍‌ କରି ପଞ୍ଜୀକରଣ କରିପାରିବେ ବିଦ୍ୟାର୍ଥୀ।

Comments are closed.