ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପ୍ରସ୍ତାବ

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ଓ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ବେଳେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଧିକ କରୋନା ସଂକ୍ରମିତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଏକ ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲ୍‍ ସ୍ଥାପନ କରିବା ଆବଶ୍ୟକ ରହିଛି।

ଭୁବନେଶ୍ୱରର ଜୟଦେବ ବିହାର ନିକଟରେ ସମସ୍ତ ସୁବିଧା ଥିବା ସତ୍ୱେ ବନ୍ଦ ରହିଥିବା ଏକ ବହୁତଳ କୋଠାକୁ କୋଭିଡ୍‍ ହସ୍ପିଟାଲରେ ପରିଣତ କରାଯାଇ ପାରିବ ବୋଲି ରଣେନ୍ଦ୍ର ପ୍ରସ୍ତାବ ଦେଇଛନ୍ତି। ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବାରେ ଏହା ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

Comments are closed.