ଆଦିମ ଜନଜାତି ବହୁଳ ୯ଟି ଜିଲାପାଇଁ  ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଆରମ୍ଭ

0

ଭୁବନେଶ୍ୱର: ଆଦିମ ଜନଜାତି ବହୁଳ ୯ଟି ଜିଲା ପାଇଁ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଆରମ୍ଭ କରାଯାଇଛି । ରାଜଧାନୀର ଉତ୍କଳ ମଣ୍ଡପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆରମ୍ଭ କରିଛନ୍ତି । ଏହାକୁ ଆରମ୍ଭ କରିବା ଅତ୍ୟନ୍ତ ଆନନ୍ଦର କଥା । ଆଦିମ ଜନଜାତି ମାନଙ୍କର ସ୍ୱତନ୍ତ୍ର ପରିଚୟ, ସଂସ୍କୃତି  ଓ ପରମ୍ପରା ରକ୍ଷା  ପାଇଁ ଏହା କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

ମାଲକାନଗିରି, ସୁନ୍ଦରଗଡ, କନ୍ଧମାଳ, ମୟୁରଭଞ୍ଚ, କେନ୍ଦୁଝର, କୋରାପୁଟ, ଗଜପତି , ରାୟଗଡା ଓ ନବରଙ୍ଗପୁର ଜିଲାକୁ ଏଥିରେ ସାମିଲ କରାଯାଇଛି । ଏଥିରୁ ୯ଟି ଜିଲାର ୧୧୭ଟି ଆଦିବାସୀ ବହୁଳ ବ୍ଲକର ଲୋକଙ୍କୁ ଲାଭ ମିଳିବ ।  ପ୍ରତ୍ୟେକ ବ୍ଲକକୁ ବାର୍ଷିକ ଏକ କୋଟି ୫୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ ।

Leave A Reply