ଟ୍ରେନ୍‌ ବଗିରେ କରୋନା ହସ୍ପିଟାଲ: ଭୁବନେଶ୍ୱର, ଖୋର୍ଦ୍ଧା ରୋଡ ଷ୍ଟେସନରେ ହେବ କୋଭିଡ କେୟାର ସେଣ୍ଟର

ଭୁବନେଶ୍ଵର : ରେଳ ଷ୍ଟେସନରେ ଟ୍ରେନ୍‌ ବଗିରେ ହେବ କୋଭିଡ୍‌ ହସ୍ପିଟାଲ । ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଟ୍ରେନ୍ ବଗିରେ କରାଯାଇଥିବା କୋଭିଡ୍ ହସ୍ପିଟାଲ ଉପାଦେୟ ସାବ୍ୟସ୍ଥ୍ୟ ହେବ । ଏଣୁ ସାରା ଦେଶରେ ୨୧୫ଟି ଷ୍ଟେସନରେ ଟ୍ରେନ୍ ବଗିରେ କୋଭିଡ କେୟାର ସେଣ୍ଟର କରାଯିବା ଯୋଜନା କରାଯାଇଛି । ଓଡ଼ିଶାର ଦୁଇଟି ରେଳ ଷ୍ଟେସନରେ ହେବ କୋଭିଡ୍ କେୟାର ସେଣ୍ଟର। ରେଳ ଷ୍ଟେସନରେ ଥିବା ରେଳ ବଗିରେ ଏହି କେୟାର ସେଣ୍ଟର ନିର୍ମାଣ କରାଯିବ । ଭୁବନେଶ୍ୱର, ଖୋର୍ଦ୍ଧା ରୋଡ ଷ୍ଟେଶନରେ ହେବ କୋଭିଡ କେୟାର ସେଣ୍ଟର ନିର୍ମାଣ କରାଯିବ ବୋଲି ଜଣାପଡିଛି ।

ଦେଶରେ ୨୧୫ଟି କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯିବ। ଯେଉଁଥିରେ ୫ ହଜାର କୋଚ୍‌ ପ୍ରସ୍ତୁତ କରି ରଖାଯାଇଛି। ତା’ ମଧ୍ୟରୁ ଓଡ଼ିଶାରେ ଏହି୨ଟି କେୟାର ସେଣ୍ଟର ପ୍ରସ୍ତୁତ କରାଯିବ। ଏଥିସହ ହସ୍ପିଟାଲ ପାଇଁ ନୋଡାଲ ଅଫିସର ନିଯୁକ୍ତି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଯାଇଛି। ଏହି ନୋଡାଲ ଅଫିସର ରେଳ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରିବେ ବୋଲି କୁହାଯାଇଛି।

Comments are closed.