ସ୍ବତନ୍ତ୍ର ଅଦାଲତ ବିଚାର କରିବ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା

ହାଇଦ୍ରାବାଦ: ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଦୋଷୀଙ୍କ ବିଚାର ପାଇଁ ସ୍ବତନ୍ତ୍ର ଅଦାଲତ ଗଠନ କରିବାକୁ ଅନୁମତି ମିଳିଛି। ଘଟଣାର ଶୁଣାଣୀ ମହବୁବନଗର ଜିଲ୍ଲା ଅଦାଲତରେ ଶୀଘ୍ର ଏକ ସ୍ବତନ୍ତ୍ର ଅଦାଲତ ସ୍ଥାପନ କରାଯାଇ କରାଯିବ। ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାୟ ଘୋଷଣା କରି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳା ପଶୁ ଚିକିତ୍ସିକଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୋଷୀଙ୍କୁ ଖୁବ୍ ଶିଘ୍ର ଦଣ୍ଡ ଦିଆଯିବ। ଦୋଷୀଙ୍କୁ ଦଣ୍ଡବିଧାନ କରିବାପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯାଉଛି। ତଦନ୍ତ ଶୀଘ୍ର ସାରି ଦୋଷୀମାନଙ୍କୁ କଠୋର ସଜା ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏନେଇ ମଧ୍ୟ ସୂଚନା ଦିଆଯାଇଛି ଯେ ଯଥା ଶିଘ୍ର ଦୋଷୀଙ୍କୁ କଠୋର ରୁ ଅତି କଠୋର ଦଣ୍ଡ ଦିଆଯାଉ।

Comments are closed.