ସ୍ବତନ୍ତ୍ର ଅଦାଲତରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ବିଚାର; ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

ରାଜନେତାଙ୍କ ବିରୋଧରେ ବର୍ଷବର୍ଷ ଧରି ଗଡ଼ୁଥିବା ଅପରାଧିକ ମାମଲା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଅସାଂସଦ, ବିଧାୟକଙ୍କ ବିରୋଧରେ ହଜାର ହଜାର ସଂଖ୍ୟକ ମାମଲା ବର୍ଷବର୍ଷ ଧରି ଗଡ଼ିବା ଓ ଏହାର ବିଚାର ଶେଷ ନ ହେବା ଅତ୍ୟନ୍ତ ଉଦବେଗଜନକ । ଏପରିକି କିଛି ମାମଲାର ବିଚାର ୩ ଦଶନ୍ଧି ଧରି ଶେଷ ନ ହୋଇପାରିବାକୁ ନେଇ କୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି । ଏପରିସ୍ଥଳେ ସାରା ଦେଶରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଗଡ଼ୁଥିବା ପ୍ରାୟ ୪୦୦୦ରୁ ଅଧିକ ଅପରାଧିକ ମାମଲାର ବିଚାର ନିମନ୍ତେ ସ୍ବତନ୍ତ୍ର କୋର୍ଟ ଗଠନ ନିମନ୍ତେ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଅବସରରେ ସୁପ୍ରିମକୋର୍ଟ ସବୁ ରାଜ୍ୟକୁ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ଗୁରୁବାର ନିର୍ଦେଶ ଦେଇଛନ୍ତି । ଅନୁରୂପ ଭାବରେ ଆସନ୍ତା ସୋମବାର ଶୁଣାଣି ବେଳେ ଅଦାଲତ କୋଠରୀରେ ନେତାମାନଙ୍କ ଟ୍ରାଏଲ କରାଯିବାର ନିର୍ଦେଶ ଦିଆଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି ।

 

Comments are closed.