ଦୀର୍ଘ ୭୦ ବର୍ଷ ପରେ ମହାସଂଯୋଗରେ ପଡୁଛି କରୱାଚୌଥ; ଏହି ୫ଟି ଦିଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

ଆସନ୍ତାକାଲି ହେଉଛି ସଧବା ନାରୀଙ୍କ ମହତ୍ତ୍ବପୂର୍ଣ୍ଣ ବ୍ରତ କରୱାଚୌଥ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସଧବା ମହିଳାମାନେ ଏହି ବ୍ରତ ପାଳନ କରିଥାଆନ୍ତି। ଚଳିତବର୍ଷ କରୱାଚୌଥ ବ୍ରତ ଏକ ବିଶେଷ ମହା ସଂଯୋଗରେ ପଡୁଛି। ଏଥର କରୱାଚୌଥରେ ରୋହିଣୀ ନକ୍ଷତ୍ର ସହ ମଙ୍ଗଳ ଯୋଗ ରହିଛି। ଦୀର୍ଘ ୭୦ ବର୍ଷ ପରେ ଏଭଳି ସଂଯୋଗ ରହିଛି ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି।
ଜ୍ୟୋତିଷଙ୍କ ମତ ଅନୁଯାୟୀ, ଏଥର ରୋହିଣୀ ନକ୍ଷତ୍ର ଏବଂ ଚନ୍ଦ୍ରମାରେ ରୋହିଣୀର ବିଶେଷ ସଂଯୋଗ ହେଉଥିବା କାରଣରୁ ପ୍ରଥମ ଥର ଏହି ବ୍ରତ କରୁଥିବା ମହିଳାଙ୍କ ପାଇଁ ଅନେକ ଶୁଭଙ୍କର ଅଟେ।
ସରଗୀ ଉପହାର: କରୱାଚୌଥ ବ୍ରତରେ ସରଗୀ ଉପହାର ବିଶେଷ ମହତ୍ତ୍ବ ରଖିଥାଏ। ଏହି ଉପହାର ଶାଶୁ ବୋହୂକୁ ଦେଇଥାଏ। ଏଥିରେ ମିଠା ଓ ଫଳ ଭଳି ପୃଷ୍ଟିକର ଖାଦ୍ୟ ଥାଏ। ସୂର୍ଯୋଦୟ ସମୟରେ ବ୍ରତ ଧାରଣ କରିବା ପୂର୍ବରୁ ବୋହୂ ଏହାକୁ ଗ୍ରହଣ କରିଥାଏ।
ନିର୍ଜଳା ବ୍ରତ: କରୱାଚୌଥ ବ୍ରତଧାରୀ ମହିଳାମାନେ ମାତା ଗୌରୀ ଓ ଭଗବାନ ଶିବଙ୍କ ଉପାସନା କରିଥାଆନ୍ତି। ଯାହା ଦ୍ବାରା ସୁଖମୟ ଦାମ୍ପତ୍ୟ ଜୀବନା ଆଶୀର୍ବାଦ ମିଳିଥାଏ। ଏଥିପାଇଁ ବ୍ରତ ଦିନ ନିର୍ଜଳା ଉପବାସ ରଖିଥାଆନ୍ତି।
ଶିବ ଓ ଗୌରୀ ପୂଜା: କରୱାଚୌଥ ବ୍ରତରେ ଭଗବାନ ଶିବ, ମାତା ପାର୍ବତୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ଏହା ଦ୍ବାରା ଅଖଣ୍ଡ ସୌଭାଗ୍ୟ ଓ ଯଶର ଆଶୀର୍ବାଦ ପ୍ରାପ୍ତି ହୁଏ।
ଶିବ-ଗୌରୀଙ୍କ ମାଟି ମୂର୍ତ୍ତି: କରୱାଚୌଥ ବ୍ରତରେ ପୂଜା ପାଇଁ ମାଟିରେ ଶିବ, ଗୌରୀ ଏବଂ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରାଯାଏ। ମାତା ଗୌରୀଙ୍କୁ ସିନ୍ଦୁର, ବିନ୍ଦି, ଚୁନିରୀରେ ଏବଂ ଭଗବାନ ଶିବଙ୍କୁ ଚନ୍ଦନ, ଫୁଲ, ବସ୍ତ୍ରରେ ସୁସଜ୍ଜିତ କରାଯାଏ।
ବ୍ରତ କଥା: କରୱାଚୌଥ ଦିନ ସନ୍ଧ୍ୟାରେ ମହିଳାମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥାଆନ୍ତି। ଯେଉଁଠାରେ କରୱାଚୌଥ ବ୍ରତର କଥା ଶୁଣାଯାଏ। ଏହା ପରେ ଚାନ୍ଦ ଆକାଶରେ ଆସିଲେ ଅର୍ଘ ପ୍ରଦାନ କରାଯାଏ ଏବଂ ଆଶୀର୍ବାଦ ପ୍ରାପ୍ତି କରାଯାଏ। ପରେ ସ୍ବାମୀଙ୍କ ହାତରୁ ପାଣି ପିଇ ମହିଳାମାନେ ବ୍ରତ ଭାଙ୍ଗିଥାଆନ୍ତି।

Comments are closed.