ଭିନ୍ନକ୍ଷମଙ୍କୁ ମିଳିବ ସ୍ବତନ୍ତ୍ର ପରିଚୟପତ୍ର

ଭୁବନେଶ୍ୱର : ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ବତନ୍ତ୍ର ପରିଚୟ ପତ୍ର ପ୍ରଦାନ କରିବା ଲାଗି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏ ତ୍ବରିତ ପଦକ୍ଷେପ ନେବାକୁ ବିଭାଗୀୟ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ସମସ୍ତ ଜିଲାପାଳଙ୍କୁ ନିର୍ଦେଶ େଦଇଛନ୍ତି। ସୂଚନାେଯାଗ୍ୟ ଯେ ରାଜ୍ୟରେ ୧.୫୨ଲକ୍ଷ ଭିନ୍ନକ୍ଷମ ସ୍ବତନ୍ତ୍ର ପରିଚୟପତ୍ର ପାଇଁ ପଞ୍ଜିକୃତ ହୋଇଛନ୍ତି। ମାତ୍ର ଏଯାବତ େସମାନେ ପରିଚୟପତ୍ର ପାଇପାରିନାହାନ୍ତି। ତେଣୁ ଏମାନଙ୍କୁ ତୁରନ୍ତ ପରିଚୟ ପତ୍ର ଦେବା ଲାଗି କୋଭିଡ କଟକଣା ମାନି ପଦକ୍ଷେପ େନବାକୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ପ୍ରସ୍ତୁତି ବୈଠକ କରିବା ସହ ପରିଚୟପତ୍ର ପ୍ରଦାନ ଲାଗି କ୍ୟାମ୍ପ ଆୟୋଜନ କରିବାକୁ ନିର୍ଦେଶରେ ଉଲ୍ଲେଖ କରାଯାଇଛି। ସେହିପରି ଯେଉଁମାନେ ଇଣ୍ଟରନେଟ ବ୍ୟବହାର କରି ପରିଚୟପତ୍ର ଇସ୍ୟୁ କରିବେ ସେମାନଙ୍କୁ ତାଲିମ େଦବାର ବ୍ୟବସ୍ଥା ଏବଂ ସେହି ଅନୁସାରେ ସେମାନଙ୍କୁ ସାମଗ୍ରୀ ଯୋଗାଇ ଦେବାକୁ କୁହାଯାଇଛି। ରେକର୍ଡ ଅନୁସାରେ ରାଜ୍ୟରେ ୩ଲକ୍ଷ ୧୪ହଜାର ୬୮୫ଜଣ ଭିନ୍ନକ୍ଷମ ଥିଲା ବେଳେ ସ୍ବତନ୍ତ୍ର ପରିଚୟ ପତ୍ର ପାଇଁ ଅନଲାଇନରେ ୧ଲକ୍ଷ ୫୨ ହଜାର ୮୩୬ଜଣ ନାମ ପଞ୍ଜିକରଣ କରିଛନ୍ତି। େସହିପରି ୧୦ହଜାର ୭୪୬ଜଣଙ୍କୁ ଅଯୋଗ୍ୟ େଘାଷିତ କରାଯାଇଥିଲା ବେଳେ ୧ଲକ୍ଷ ୬୫ହଜାର ୮୭୬ ଆେବଦନ ପଡି ରହିଛି। ଅପରପକ୍ଷରେ େକନ୍ଦ୍ର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟର ୪ଟି ଜିଲାର ୨୭୯୪୦ଜଣ ଭିନ୍ନକ୍ଷମଙ୍କ ଲାଗି ସ୍ବତନ୍ତ୍ର ପରିଚୟପତ୍ର ପ୍ରଦାନ କରାଯିବ। ଏ େନଇ ଜିଲାର ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସୂଚିତ କରାଯାଇଛି। ସମ୍ବଲପୁର, ମୟୁରଭଞ୍ଜ, କଳାହାଣ୍ଡି ଓ ରାୟଗଡାର ଭିନ୍ନକ୍ଷମଙ୍କୁ ପରିଚୟପତ୍ର ପ୍ରଦାନ ଲାଗି ସ୍ବତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

Comments
Loading...