ପର୍ଯ୍ୟଟକଙ୍କ ଫେରିବା ପାଇଁ ପୁରୀରୁ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା

ଭୁବନେଶ୍ବର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ପୁରୀର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରୁ ୫୧୦କିଲୋମିଟର ଦୂରରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପୁରୀରୁ ପର୍ଯ୍ୟଟକଙ୍କ ଫେରିବା ପାଇଁ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନଟି ପୁରୀରୁ କୋଲକତା ସାଲିମର ପର୍ଯ୍ୟନ୍ତ ଯାତ୍ରା କରିବ। ଟ୍ରେନଟି ଗୁରୁବାର ମଧ୍ୟାହ୍ନ ୧୨ଟାରେ ପୁରୀ ଛାଡି ଅପରାହ୍ନ ୧ଟା ୩୦ମିନିଟ୍‌ରେ ଭୁବନେଶ୍ବରରେ ପହଞ୍ଚିବ। ଏଥିରେ ଜେନେରାଲ, ସ୍ଲିପର, ଥ୍ରୀ ଟାୟର ଓ ଟୁ ଟାୟର ବ୍ୟବସ୍ଥା ରହିଛି। ଏହା ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ବର ଓ କଟକ ଷ୍ଟେସନରେ ରହିବ। ଯାଜପୁର-କେନ୍ଦୁଝର ରୋଡ୍‌, ଭଦ୍ରକରେ ମଧ୍ୟ ଏହି ସ୍ବତନ୍ତ୍ର ଟ୍ରେନ ରହିବ। ଏହାସହ ଟ୍ରେନଟି ବାଲେଶ୍ବର ଓ ଖଡଗପୁରରେ ମଧ୍ୟ ଅଟକିବାର ବ୍ୟବସ୍ଥା ରହିଛି।

Comments are closed.