କେବଳ ଯୋଗାଣ ନୁହେଁ, ବିତରଣ ମଧ୍ୟ ଆହ୍ବାନ

- ଅମର ପଟ୍ଟନାୟକ

ଆମ ଜନସଂଖ୍ୟାର ଆକାରକୁ ଦୃଷ୍ଟିରେ ରଖି ଯେତେବେଳେ ଆମର କୌଣସି ଜରୁରୀ ଜିନିଷ (ଦ୍ରବ୍ୟ କିମ୍ବା ସେବା)ରେ ଅଭାବ ଦେଖାଦିଏ, ସେତେବେଳେ ମାଡ଼ଗୋଳ ପରିସ୍ଥିତି ସୃଷ୍ଟି ହୁଏ। ତେବେ, ଆମେ କ’ଣ ଏବେ ଟିକା କ୍ଷେତ୍ରରେ ସେପରି ସ୍ଥିତି ଦେଖିବାକୁ ଯାଉଛୁ କି? ଉତ୍ପାଦିତ ସଂଖ୍ୟା ତୁଳନାରେ ଆବଶ୍ୟକ କରୁଥିବା ମାତ୍ରା ସଂଖ୍ୟା ଦେଖିବାକୁ ଗଲେ, ଜନସଂଖ୍ୟାର ସର୍ବନିମ୍ନ ପ୍ରତିଶତ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଟିକାକରଣ ହୋଇଛି। ଏଥିରେ ଦୁଇଟି ଦିଗ ଅଛି, ଯଥା ଉତ୍ପାଦନ (ଯୋଗାଣ) ଏବଂ ବଣ୍ଟନ।

ଉତ୍ପାଦନ ବୃଦ୍ଧି ବିଷୟରେ ନିକଟରେ ସରକାର ଘୋଷଣା କରିଛନ୍ତି ଯେ ଅଗଷ୍ଟ-ଡିସେମ୍ବର ମଧ୍ୟରେ ୨୧୬ କୋଟି ମାତ୍ରା ଉପଲବ୍ଧ ହେବ। ଏହା ହେଲେ ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଆଶ୍ବସ୍ତିକର ଖବର। ବର୍ତ୍ତମାନ ସମଗ୍ର ଦେଶରେ କୋଭିଡର ଦ୍ବିତୀୟ ଲହରୀ ପ୍ରବାହିତ ହେଉଥିବାବେଳେ ବିଶେଷକରି ଭାରତ ଗ୍ରାମାଞ୍ଚଳର ଆଭ୍ୟନ୍ତରୀଣ ସ୍ଥାନକୁ ବ୍ୟାପିବା ଚିନ୍ତାର ବିଷୟ। ତେବେ ଅଗଷ୍ଟ ବେଳକୁ ଟିକାକରଣର ଆବଶ୍ୟକତା କ’ଣ?

ଆଇପିଆର ପ୍ରତିବନ୍ଧକ କୋହଳ ହେବା ଫଳରେ ଘରୋଇ ଉତ୍ପାଦନକାରୀମାନେ ଜେନେରିକ୍‌ ଟିକା ଉତ୍ପାଦନ କରିପାରିବେ; କିନ୍ତୁ ଏହା କଷ୍ଟକର ଏବଂ ସମୟସାପେକ୍ଷ ହେବ କାରଣ ଏହା ସମସ୍ତ ବିଶ୍ବ ବ୍ୟାପାର ସଂଗଠନର ସମସ୍ତ ସଦସ୍ୟଙ୍କଠାରୁ ସର୍ବସମ୍ମତ ସମ୍ମତି ଆବଶ୍ୟକ କରେ। ତେଣୁ ତୁରନ୍ତ ଏବଂ ସ୍ବଳ୍ପ ମିଆଦୀ ଯୋଗାଣ ସଂକଟକୁ ମୁକାବିଲା କରିବାପାଇଁ ଅତ୍ୟନ୍ତ ଉପଯୋଗୀ ହୋଇନପାରେ କିନ୍ତୁ ଯୋଗାଣ ବୃଦ୍ଧି ଭବିଷ୍ୟତ ପାଇଁ ମୂଲ୍ୟବାନ ହେବ।

ଔଷଧ ନିୟାମକ ଦ୍ବାରା ଅନୁମୋଦିତ ତଥା ଦେଶରେ ଉପଲବ୍ଧ ଟିକା ବିଷୟରେ, କୋଭିସିଲ୍ଡ ଏବଂ କୋଭାକ୍ସିନ୍‌ ବ୍ୟତୀତ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଏକମାତ୍ର ଟିକା ଭାବେ ନିକଟରେ ରୁଷର ‘ସ୍ପୁଟନିକ୍‌ ଭି’କୁ ଅନୁମତି ଦିଆଯାଇଛି। ‘ବାୟୋଲୋଜିକାଲ୍ ଇ’, ‘ଜିଡର୍‌ କ୍ୟାଡିଲା’, ‘ଜେନୋଭା(ଏମଆରଏନଏ) ଏବଂ ଭାରତ ବାୟୋଟେକର ନାସାଲ ଟିକା କ୍ଲିନିକାଲ ପରୀକ୍ଷଣରେ ବିଭିନ୍ନ ପର୍ଯ୍ୟାୟରେ ଅଛନ୍ତି। ‘ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’(ଏସଆଇଆଇ)ର ନୋଭୋଭାକ୍ସ କେବଳ କ୍ଲିନିକାଲ୍‌ ପରୀକ୍ଷଣରେ ଅଛି ଏବଂ ସେପ୍ଟେମ୍ବର ସୁଦ୍ଧା ବଜାରରେ ପ୍ରବେଶ କରିବାର ସମ୍ଭାବନା ଅଛି। ଅନ୍ତର୍ଜାତୀୟ ଟିକା ନିର୍ମାତା ପି ଫାଇଜର, ମୋଡର୍ନା ଓ ଏକ ମାତ୍ରା ବିଶିଷ୍ଟ ଜନସନ ଏବଂ ଜନସନ ଏ ପର୍ଯ୍ୟନ୍ତ ଔଷଧ ନିୟନ୍ତ୍ରକ ଦ୍ବାରା ଅନୁମୋଦିତ ହୋଇନାହାନ୍ତି। ସେମାନେ କହିଛନ୍ତି ଯେ, ଯଦି ସେମାନଙ୍କୁ ଦ୍ରୁତ ନିୟାମକ ମଞ୍ଜୁରୀ ଏବଂ ମୂଲ୍ୟ ନିର୍ଦ୍ଧାରଣ ଏବଂ ରପ୍ତାନୀ ଉପରେ ସ୍ବାଧୀନତାର ନିଶ୍ଚିତ କରାଯାଏ ତେବେ ସେମାନେ ଚଳିତ ବର୍ଷର ତୃତୀୟ ତ୍ରୈମାସିକରେ ଯୋଗାଣ କରିପାରିବେ। ତେବେ ସବୁଠାରୁ ଆଶ୍ବସ୍ତିକର ବିଷୟ ହେଉଛି ଯେ, ସରକାର ବର୍ତ୍ତମାନ ସ୍ପଷ୍ଟ କରିଛନ୍ତି ‘ଡବ୍ଲ୍ୟୁଏଚଓ ଏବଂ ଏଫଡିଏ’ ଆମେରିକା ଦ୍ବାରା ଅନୁମୋଦିତ କୌଣସି ବି ଟିକା ଭାରତକୁ ଆମଦାନୀ ହୋଇପାରିବ।

ଏହିପରି ତତ୍କାଳ ଅବଧିରେ ବିଶ୍ବସ୍ତରୀୟ ଟିକା ଆମଦାନୀ ମାଧ୍ୟମରେ ଯୋଗାଣ ବୃଦ୍ଧି କରିବା ହେଉଛି ଏକମାତ୍ର ଉପାୟ। ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ସମେତ ଏକାଧିକ ରାଜ୍ୟ ବିଶ୍ବସ୍ତରୀୟ ଟେଣ୍ଡର ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ସେମାନଙ୍କୁ କେନ୍ଦ୍ରୀୟ ଯୋଗାଣର ଅଭାବକୁ ଦୂର କରିବାରେ ସାହାଯ୍ୟ କରିବ। କିନ୍ତୁ ଟିକା ପାଇଁ ବିଶ୍ବବଜାରକୁ ଦେଖିଲେ, ପି ଫାଇଜର ଚଳିତ ବର୍ଷ ​‌େ​‌ଶଷ ସୁଦ୍ଧା ୨୫୦ କୋଟି ମାତ୍ରା ଉତ୍ପାଦନ ପାଇଁ ଏହାର ଉତ୍ପାଦନକୁ ବୃଦ୍ଧି କରିବାକୁ ଯୋଜନା କରିଛି। ସେହିଭଳି ମୋଡର୍ନା ୨୦୨୧ ମସିହାରେ ୭୦ କୋଟି ମାତ୍ରାକୁ ସୁଗମ କରିବାକୁ ଯୋଜନା କରିଛି, ଜନସନ ଏବଂ ଜନସନ ଚଳିତବର୍ଷ ​‌େ​‌ଶଷ ସୁଦ୍ଧା ୧୦୦ କୋଟି ମାତ୍ରା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଯଦିଓ, ଏହି ଟିକା ଆମଦାନୀ ସଂପୃକ୍ତ ଦେଶମାନଙ୍କ ଦ୍ବାରା ରପ୍ତାନି ନିଷେଧର ପ୍ରକୃତ ସମ୍ଭାବନା ଉପରେ ଅଧିକ ନିର୍ଭରଶୀଳ ହେବ, କାରଣ ଆମେ ଡବ୍ଲ୍ୟୁଏଚଓ ଚିନ୍ତାପ୍ରକଟ କରୁଥିବା ଶୁଣିଛେ ଯେ ଧନୀ ଦେଶମାନେ ବର୍ତ୍ତମାନ ସେମାନଙ୍କର ୨ବର୍ଷ ଏବଂ ତଦୂର୍ଦ୍ଧ୍ବ ପିଲାମାନଙ୍କୁ ଟିକାକରଣ ଆରମ୍ଭ କରିଦେଇଛନ୍ତି। ଯେତେବେଳେ କି ଅନେକ ଦେଶ ପ୍ରଥମ ପର୍ଯ୍ୟାୟ ଟିକାକରଣ ମଧ୍ୟ କରିନାହାନ୍ତି। ସେମାନଙ୍କର ସମ୍ମୁଖ କୋଭିଡ ଯୋଦ୍ଧାମାନଙ୍କୁ ମଧ୍ୟ ଟିକା ଦିଆଯାଇନାହିଁ। ତେଣୁ, ରାଜ୍ୟଗୁଡ଼ିକ ଦ୍ବାରା ମଗାଯାଇଥିବା ଏହି ବିଶ୍ବସ୍ତରୀୟ ଟେଣ୍ଡରଗୁଡ଼ିକ ଅଧିକ ଫଳ ଦେଇ ନପାରେ, କାରଣ ବିଶ୍ବରେ ଟିକା ଉତ୍ପାଦନ ସୀମିତ ଏବଂ ଏକାଧିକାର ସହିତ ଜଡ଼ିତ।

ଘରୋଇ ଉତ୍ପାଦନକୁ ବିବିଧକରଣ କରିବା ହେଉଛି ଏହି ସମୟର ଦାବି। ଯେହେତୁ କୋଭାକ୍ସିନ ଏକ ସ୍ବଦେଶୀ ଉତ୍ପାଦିତ ଟିକା, ତେଣୁ ଭାରତ ସରକାର ଅନ୍ୟ ଘରୋଇ ଉତ୍ପାଦନକୁ ଆଇସିଏମଆର୍‌ ଦ୍ବାରା ବିକଶିତ ସୂତ୍ର ଉପରେ ଏକାଧିକାରକୁ ଛାଡ଼ କରି ଉତ୍ପାଦନ କରିବାକୁ ଅନୁମତି ଦେଇପାରିବେ। ସରକାର ଏକାଧିକାର ଅଧିନିୟମର ଧାରା ୯୨ ସହିତ ବିଶ୍ବ ବ୍ୟାପାର ସଂଗଠନର ଟ୍ରିପ୍ସ ବ୍ୟବସ୍ଥାର ଅନୁଯାୟୀ ବାଧ୍ୟତାମୂଳକ ଲାଇସେନ୍ସ ପ୍ରଣାଳୀକୁ ଉପଯୋଗ କରିପାରିବେ। ଫଳରେ ଘରୋଇ ଉତ୍ପାଦକମାନେ ଆଇପିଆର ଉଲ୍ଲଙ୍ଘନକୁ ଭୟ ନକରି ଉତ୍ପାଦନ କରିବାକୁ ଅନୁମତି ମିଳିପାରିବ। ଅବଶ୍ୟ, ଏହା ମଧ୍ୟ ସମୟ ନେଇପାରେ କାରଣ ଟିକା ଉତ୍ପାଦନ ଏକ ଜଟିଳ ପ୍ରକ୍ରିୟା ଅଟେ। ଯେଉଁଥିରେ ସୂଚନା ହସ୍ତାନ୍ତରଣ ମଧ୍ୟ ସାମିଲ। ଏହା ମଧ୍ୟ ଜରୁରୀ ଯେ, କେନ୍ଦ୍ର ସରକାର ଶୀଘ୍ର ଟିକାକରଣର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦିଅନ୍ତୁ, ଯାହା ପ୍ରଥମରୁ ବିକଶିତ ଦେଶମାନଙ୍କରେ କଠିନ ପରୀକ୍ଷଣ କରିସାରିଛି ଯେମିତିକି ପି ଫାଇଜର-ବାୟୋ ଏନଟେକ୍‌, ଜନସନ ଆଣ୍ଡ ଜନସନ, ନୋଭାଭକ୍ସ ଏବଂ ମୋଡର୍ନା ଟିକା ଭଳି ଉଚ୍ଚ ପ୍ରଭାବକାରୀ ଅଟେ। ଏହାଫଳରେ ଟିକା ପ୍ରତିଯୋଗିତା ମଧ୍ୟ ବୃଦ୍ଧି ପାଇବ ଏବଂ ଗ୍ରାହକମାନଙ୍କୁ ଏକାଧିକ ପସନ୍ଦରୁ ଚୟନ କରିବାର ବିକଳ୍ପ ରହିବ। ଏହା ପରବର୍ତ୍ତୀ ସମୟରେ ମୂଲ୍ୟହ୍ରାସ କରିବାରେ ଏବଂ ମନମୁଖି କାର୍ଯ୍ୟକଳାପକୁ ରୋକିବାରେ ସାହାଯ୍ୟ କରିବ। ଯଦିଓ ଏହି ସବୁ ତଥ୍ୟ କୌଣସି ପକ୍ଷପାତ ନକରି କରାଯାଇଛି, କାରଣ ଟିକା ନିର୍ମାତାଙ୍କ ସଂଖ୍ୟା ପ୍ରାୟ ସମାନ। ତଥାପି ସେମାନେ ଏକ ‘କାର୍ଟେଲ’ ଗଠନ କରିପାରନ୍ତି ଯାହାଦ୍ବାରା ବିଶ୍ବଟେଣ୍ଡରର ଉଦ୍ଦେଶ୍ୟକୁ ବିଫଳ କରିପାରେ।

ପରବର୍ତ୍ତୀ ପ୍ରସଙ୍ଗ ହେଉଛି ଗ୍ରାମାଞ୍ଚଳରେ ଟିକା ବିତରଣରେ ସମସ୍ୟା। ଭାରତରେ ଏପର୍ଯ୍ୟନ୍ତ ଅଧିକାଂଶ ସହରରେ ଲୋକଙ୍କୁ ଟିକାକରଣ କରାଯାଇଛି; କିନ୍ତୁ ଯେତେବେଳେ ଗ୍ରାମାଞ୍ଚଳର କଥା ଆସେ, ତେବେ ଭିତ୍ତିଭୂମି ଏବଂ କର୍ମଚାରୀଙ୍କ ସମସ୍ୟାକୁ ସମାଧାନ କରିବାକୁ ପଡ଼ିବ। ତା’ହେଲେ ଯାଇ ଏକ କୋଭିଡ୍‌-ପ୍ରୋଟୋକଲ୍‌ ଅନୁପାଳନ ଟିକାକରଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ। ଅନ୍ୟ ଏକ ପ୍ରସଙ୍ଗ ହେଉଛି କମ୍‌ ଟେଲି-ସାନ୍ଧ୍ରତା (୪୦-୬୦%) ବ୍ୟତୀତ ଇଣ୍ଟରନେଟ୍‌ ସୁବିଧା ଅଭାବ। ଯାହା ବିନା କୋୱିନ୍‌ରେ ଲଗ୍‌ କରିବା ସମ୍ଭବ ନୁହେଁ, ଏହା ବିଫଳ ହେବା ଯୋଗୁ ସେମାନଙ୍କୁ ଟିକାକରଣରୁ ବଞ୍ଚିତ ହେବାକୁ ପଡ଼ିବ। ଶେଷ ମାଇଲ୍‌ ପର୍ଯ୍ୟନ୍ତ ବିତରଣ ନିଜ ମଧ୍ୟରେ ଏକ ବିରାଟ ଅବ୍ୟବସ୍ଥା ହୋଇପାରେ। ଯେହେତୁ କୋଭିଡ୍‌-୧୯ ଷ୍ଟ୍ରେନ୍‌ ପରିବର୍ତ୍ତନ ହୁଏ, ତେଣୁ ସରକାରଙ୍କୁ ଏହି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। କେନ୍ଦ୍ର ଏକକାଳୀନ ଭାବରେ ଟିକା କ୍ରୟ କରିବା ଉଚିତ, ଯାହାଦ୍ବାରା ଭାରତକୁ ବିଶ୍ବ ବଜାରରେ ମୂଲଚାଲ କରିବାକୁ ସହଜ ହେବ। ତା’ପରେ ପ୍ରତ୍ୟେକ ନାଗରିକଙ୍କୁ ​‌େ​‌ଶଷ ମାଇଲ୍‌ ବିତରଣ ଉପରେ ଧ୍ୟାନ ଦେଇ ଟିକାଗୁଡ଼ିକୁ ବିଭିନ୍ନ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ କରିପାରିବେ।

Comments are closed.