ଏଆଇଏଡିଏମକେର ୨୬ ସାଂସଦ ନିଲମ୍ବିତ

0

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଅଖିଳ ଭାରତୀୟ ଆନ୍ନା ଦାବ୍ରିଡ଼ ମୁନେତ୍ର କାଜଗହାମ (ଏଆଇଏଡିଏମକେ)ର ୨୬ ସାଂସଦଙ୍କୁ ବୁଧବାର ଗୃହରୁ ନିଲମ୍ବିତ କରିଛନ୍ତି। ଏଆଇଏଡିଏମକେକେ ସାଂସଦମାନେ ଗତ ଦୁଇ ଦିନ ଧରି ହଙ୍ଗାମା କରୁଥିଲେ ଓ ଲୋକସଭାର ଶୀତକାଳନୀ ଅଧିବେଶନ କାର୍ଯ୍ୟ ପରିଚାଳନାରେ ବାରମ୍ବାର ବାଧା ସୃଷ୍ଟି କରୁଥିଲେ। ବିଶୃଙ୍ଖଳିତ ଆଚରଣ ପାଇଁ ଏଆଇଏଡିଏମକେର ୨୬ ସାଂସଦଙ୍କୁ ନିଲମ୍ବିତ କରାଗଲା ବୋଲି ବାଚସ୍ପତି ସୁମିତ୍ରା ମହାଜାନ କହିଛନ୍ତି। ସେମାନଙ୍କୁ ୫ ଦିନ ପାଇଁ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଅର୍ଥାତ ସେମାନେ ଆଉ ଲୋକସଭାର ଶୀତ କାଳୀନ ଅଧିବେଶନରେ ଯୋଗ ଦେଇପାରିବେ ନାହିଁ ।

Leave A Reply