ବାଚସ୍ପତିଙ୍କ କଡ଼ା ନିର୍ଦ୍ଦେଶ : ୩ ଦିନରେ ସରକାରୀ କ୍ବାର୍ଟର୍ସ ଛାଡ

ଭୁବନେଶ୍ବର : ଦୀର୍ଘ ଦିନ ହେବ ସରକାରୀ କ୍ବାର୍ଟର୍ସକୁ ନିଜ ଦଖଲରେ ରଖିଥିବା ପୂର୍ବତନ ବିଧାୟକମାନେ ୩ ଦିନ ମଧ୍ୟରେ ଘର ଖାଲି କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମଧ୍ୟ ବାଚସ୍ପତି ଏ ନେଇ ନୋଟିସ ଜାରି କରିଥିଲେ।

ତେବେ ଶନିବାର ବାଚସ୍ପତିଙ୍କ କଡ଼ା ନିର୍ଦ୍ଦେଶ ଦେଇ ୩ ଦିନ ମଧ୍ୟରେ ସରକାରୀ କ୍ବାର୍ଟର୍ସ ଛାଡିବାକୁ କହିଛନ୍ତି । ରାଜ୍ୟସରକାର ଏକ ବହୁତଳ ପ୍ରାସାଦ ବିଶିଷ୍ଟ ଭବନ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ତେଣୁ ସେହି ଅଞ୍ଚଳରେ ରହୁଥିବା ବର୍ତ୍ତମାନର ବିଧାୟକ ମାନେ ମଧ୍ୟ ସରକାରୀ ବଙ୍ଗଳା ଖାଲି କରିବାକୁ ବାଚସ୍ପତି କହିଛନ୍ତି। ସେମାନଙ୍କୁ କିଛିଦିନ ପାଇଁ ଅନ୍ୟ ସ୍ଥାନରେ ଥଇଥାନ କରାଯିବ। ପରେ ନୂତନ ଭବନ ନିର୍ମାଣ ସରିଲେ ସେମାନଙ୍କୁ ଘର ଆବଣ୍ଟନ କରାଯିବ।

Comments are closed.