ମହିଳାଙ୍କ ବିରୋଧରେ ଅପରାଧ ରୋକିବା ପାଇଁ ସ୍ପେନ୍‌ରେ ବିଶାଳ ରାଲି

0

ମାଦ୍ରିଦ . – ମହିଳାମାନଙ୍କ ବିରୋଧରେ ହେଉଥିବା ବିଭିନ୍ନ ଅପରାଧ ରୋକିବା ପାଇଁ  ସ୍ପେନର ରାଜଧାନୀ ମାଦ୍ରିଦ ସହ ଦେଶର ବିଭିନ୍ନ ସହରରେ ବିଶାଳ ରାଲିର ଆୟୋଜନ କରାଯାଇଥିଲା । ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ଅବସରରେ ଏହି ରାଲି ଆୟୋଜନ କରାଯାଇଥିଲା ।

ମାଦ୍ରିଦରେ ୧୦ ହଜାରରୁ ଅଧିକ ଲୋକ ଏହି ରାଲିରେ ଅଂଶ ଗ୍ରହଣ କରିଥିଲେ । ଅଧିକାଂଶ ଲୋକ ଏଥିରେ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ । ମହିଳାମାନଙ୍କୁ ନ୍ୟାୟ ପ୍ରଦାନ ଓ ସେମାନଙ୍କ ବିରୋଧରେ ହେଉଥିବା ହିଂସା ରୋକିବା ପାଇଁ ସ୍ଲୋଗାନ ଦେଇଥିଲେ ।  ଗତ ବର୍ଷ ସ୍ପେନରେ ୪୪ ଜଣ ମହିଳା ଘରୋଇ ହିଂସାରେ ପ୍ରାଣ ହରାଇଥିଲେ । ଚଳିତ ବର୍ଷ ସ୍ପେନରେ ଥିବା ଲିଙ୍ଗଗତ ବୈଷମ୍ୟ ଦୂର କରିବା ପାଇଁ ଦେଶ ବ୍ୟାପୀ ମହିଳାମାନେ ବିରୋଧ ପ୍ରଦର୍ଶନ କରିଥିଲେ। ୨୦୧୭ ମସିହାରେ ଏକ ଲକ୍ଷ ୬୬ ହଜାର ଲିଙ୍ଗଗତ ବୈଷମ୍ୟ ମାମଲା ସ୍ପେନରେ ରୁଜୁ ହୋଇଥିଲା ।

Leave A Reply