କରୋନାରେ ସ୍ପେନ ରାଜକୁମାରୀ ମାରିୟା ଟେରେସାଙ୍କ ମୃତ୍ୟୁ

ମାଦ୍ରିଦ: ସାରା ବିଶ୍ଵରେ ମହାମାରୀ ଆତଙ୍କ ଖେଳାଇଥିବା କରୋନା ଭୂତାଣୁର ଶିକାର ହୋଇଛନ୍ତି ସ୍ପେନର ରାଜକୁମାରୀ। କରୋନା ଦ୍ବାରା ଆକ୍ରାନ୍ତ ଥିବା ରାଜକୁମାରୀ ମାରିୟା ଟେରେସାଙ୍କର ରବିବାର ମୃତ୍ୟୁ ଘଟିଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ବିଶ୍ଵର କୌଣସି ଏକ ରାଜ ପରିବାରରେ ଏହା ପ୍ରଥମ କରୋନା ମୃତ୍ୟୁ। ରାଜକୁମାରୀଙ୍କ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି।

ଫକ୍ସ ନ୍ୟୁଜର ସୂଚନା ଅନୁସାରେ, ସ୍ପେନର ଷଷ୍ଠ ରାଜା ଫେଲିପ ହେଉଛନ୍ତି ମାରିୟାଙ୍କ ସମ୍ପର୍କୀୟ ଭାଇ। ତାଙ୍କ ଭାଇ ପ୍ରିନ୍ସ ସିକ୍ସଟୋ ଏନରିକ ଡି. ବୋରବୋନ ତଥା ଡ୍ୟୁକ୍‌ ଅଫ୍‌ ଅରେଞ୍ଜ୍ୟୁଜ୍‌ ଫେସବୁକରେ ମାରିୟାଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରିଛନ୍ତି। ପ୍ରିନ୍ସ ସିକ୍ସଟୋ ନିଜ ପୋଷ୍ଟରେ ଲେଖିଛନ୍ତି, ଆଜି ଦ୍ବିପ୍ରହରରେ ଆମ ଭଉଣୀ ମାରିୟା ଟେରେସାଙ୍କର ପ୍ୟାରିସରେ ପରଲୋକ ଘଟିଛି। ସେ କରୋନା ଭୂତାଣୁରେ ଆକ୍ରାନ୍ତ ଥିଲେ। ସୂଚନାଯୋଗ୍ୟ, କିଛି ସପ୍ତାହ ତଳେ ସ୍ପେନର ଷଷ୍ଠ ରାଜା ଫେଲିପଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବାବେଳେ ମାରିୟାଙ୍କ ମୃତ୍ୟୁ ଘଟିଛି।

Comments are closed.