ଭୁବନେଶ୍ବରରେ ପହଞ୍ଚିଲା ସ୍ପେନ ହକି ଦଳ

0

ଭୁବନେଶ୍ବର : ହକି ବିଶ୍ବକପ ପାଇଁ ଭୁବନେଶ୍ବରକୁ ବିଭିନ୍ନ ବିଦେଶୀ ହକି ଦଳଙ୍କର ଆଗମନ ହେବାରେ ଲାଗିଛି। ନଭେମ୍ବର ୨୮ତାରିଖରେ ରାଜଧାନୀ ଭୁବନେଶ୍ବରରେ ହକି ବିଶ୍ବକପ ଆରମ୍ଭ ହେବ। ସେଥିପାଇଁ ଶୁକ୍ରବାର ଅପରାହ୍ନ ୧.୩୦ ସମୟରେ ସ୍ପେନର ହକି ଦଳ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବୁଧବାରରେ ଅଲମ୍ପିକ ଚମ୍ପିଆନ ଆର୍ଜେଣ୍ଟିନା ଓ ଦକ୍ଷିଣଆଫ୍ରିକା ଦଳ ଭୁବନେଶ୍ବରରେ ପହଞ୍ଚିଥିଲେ। ଏହାସହ ଗୁରୁବାରରେ ମଧ୍ୟ ଫ୍ରାନ୍ସ ଓ ଚୀନ ଦଳ ପହଞ୍ଚିଥିଲେ। ଶୁକ୍ରବାର ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଓଡିଶାରେ ପହଞ୍ଚିବେ।

Leave A Reply