ମହାକାଶଯାତ୍ରୀ ହେବା ନିମନ୍ତେ ୧୨ହଜାର ଆବେଦନ

ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ମହାକାଶ ଅଭିଯାନ ନିମନ୍ତେ ଆବେଦନ ଗ୍ରହଣ କରୁଛି। ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଯାତ୍ରା ପାଇଁ ମହାକାଶଯାତ୍ରୀଙ୍କ ଭର୍ତ୍ତି ଅଭିଯାନ ଚାଲିଛି। ମାର୍ଚ୍ଚ ୨ରୁ ୩୧ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥିଲା। ନାସା କାର୍ଯ୍ୟକାରୀ ମୁଖ୍ୟ କହିଛନ୍ତି ଏଥିପାଇଁ ୧୨ହଜାର ଲୋକ ଆବେଦନ କରିଛନ୍ତି। ପ୍ରଥମଥର ପାଇଁ ଏତେ ସଂଖ୍ୟାର ଲୋକ ଆଗ୍ରହୀ ଥିବାର ଜଣାପଡ଼ିଛି। ବିଶ୍ବର ସ୍ଥିତି ଦେଖି ବୋଧହୁଏ ଲୋକେ ଅନ୍ୟତ୍ର ପଳାଇଯିବାକୁ ଯୋଜନା କରୁଥିବାର ନାସା ମୁଖ୍ୟ ଅଧିକାରୀଙ୍କ ମତ। ଆବେଦନକାରୀଙ୍କ ଯୋଗ୍ୟତା ବିଜ୍ଞାନ, ଇଂଜିନିୟରିଂ, ଗଣିତରେ ମାଷ୍ଟର ଡିଗ୍ରୀ ହୋଇଥିବା ଜରୁରୀ ବୋଲି ଅନ୍ୟତମ ନିୟମ ଅଟେ। ନାସାର ଏଇ ଅଭିଯାନ ଲକ୍ଷ୍ୟ ରଖିଛି ଯେ ୨୦୨୪ସୁଦ୍ଧା ଚନ୍ଦ୍ରରେ ପ୍ରଥମ ମହିଳା ପାଦ ଦେବେ ଓ ୨୦୩୦ ସୁଦ୍ଧା ମଙ୍ଗଳ ଅଭିଯାନ ସଫଳ ହେବ।

Comments are closed.