ମାଁ ମାଣିକେଶ୍ବରୀଙ୍କୁ ପୂଜାର୍ଚ୍ଚନା କଲେ, ସେବାଶ୍ରମରେ ଜନ୍ମଦିନ ପାଳିଲେ ଏସପି ସାଗରିକା

ସୁନ୍ଦରଗଡ଼: ସଂପ୍ରତି ନିଜ ଜନ୍ମଦିନ ପାଳନ କରିବାକୁ ଲୋକେ ବହୁ ଆଡମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରି ଜନ୍ମଦିନକୁ ବେଶ ଧୂମଧାମରେ ପାଳନ କରୁଥିବା ବେଳେ ସୁନ୍ଦରଗଡ଼ ଏସ.ପି ସୁଶ୍ରୀ ସାଗରିକା ନାଥ ନିଜ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିବା ଘଟଣା ହେମଗିର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂତ୍ରରୁ ପ୍ରକାଶ, ସୁନ୍ଦରଗଡ଼ ଏସ.ପି ସୁଶ୍ରୀ ସାଗରିକା ନାଥ ନିଜ ଜନ୍ମଦିନ ପାଳନ କରିବା ପାଇଁ ନିଜ ବାପା, ମାଁ, ଭାଇ, ଭଉଣୀଙ୍କ ସହ ହେମଗିର ପହଞ୍ଚିଥିଲେ। ସେଠାରେ ରାଜବାଟିରେ ଥିବା ମାଁ ମାଣିକେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ମାଁଙ୍କ ଆଶିଷ କାମନା କରିଥିଲେ। ପରେ ରଙ୍ଗିଆଢିପାପଡ଼ାସ୍ଥିତ ସେବାଶ୍ରମକୁ ଯାଇ ଅନ୍ତେବାସିନୀଙ୍କ ଗହଣରେ କେକ କାଟି ନିଜ ଜନ୍ମଦିନ ପାଳନ କରିଥିଲେ।

ଏ ଅବସରରେ ସେ ଅନ୍ତେବାସୀଙ୍କ ସହ ବେଶ କେଇ ଘଣ୍ଟା ବିତେଇ ସେମାନଙ୍କ ପାଠପଢ଼ା, ପରିବାରବର୍ଗ ଓ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଅନ୍ତେବାସିନୀମାନେ ମଧ୍ୟ ଏସ.ପିଙ୍କୁ ପାଇ ବେଶ ଉତ୍ସାହିତ ଓ ଆନନ୍ଦିତ ହୋଇ ଅନେକ ଗୁଡ଼ାଏ ଅକୁହା କଥା ମଧ୍ୟ ବଖାଣିଥିଲେ। ରାଜବାଟିରେ ସୁନିଲ ସିଂ ଦେଓ, ଅନିଲ ସିଂ ଦେଓ, ସେବର୍ତ୍ତା ସିଂ ଦେଓ, ସୌମରେନ୍ଦ୍ର ସିଂ ଦେଓ ପ୍ରମୁଖ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

Comments are closed.