ଅନାଥାଶ୍ରମ ଅନ୍ତେବାସୀଙ୍କ ସହ ନାଚିଲେ ଏସ୍‍.ପି

ପିଲାଙ୍କ ମନୋବଳ ବଢ଼ାଇଲେ, ପାଠ ପଢ଼ିବାକୁ କହିଲେ

ନବରଙ୍ଗପୁର : ସ୍ଥାନୀୟ ମାଝୀଗୁଡାସ୍ଥିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ବାଳିକା ଆଶ୍ରମରେ ରହୁଥିବା ଅନ୍ତେବାସୀ ଅନାଥ ବାଳିକାଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି ଆରକ୍ଷୀ ଅଧୀକ୍ଷକ ମହିଳା ଯୁବ ଆଇପିଏସ ଅଧିକାରୀ ଏସ୍‍. ସୁଶ୍ରୀ। ସେ ଏହି ବାଳିକା ଆଶ୍ରମକୁ ପ୍ରଥମ ପରିଦର୍ଶନରେ ଯାଇଥିବାବେଳେ ଗୀତର ତାଳେତାଳେ ଛାତ୍ରୀଙ୍କ ସହ ନାଚି ଉଠି ସେମାନଙ୍କ ମନୋବଳ ବଢ଼ାଇଥିଲେ ା ଭଲ ପାଠ ପଢ଼଼ିବା ସହ ବଡ ହୋଇ ଦେଶର ସୁନାମ ରଖିବାକୁ ପରାମର୍ଶ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ତେବେ ଏହି ନାଚ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବା ପରେ ଆରକ୍ଷୀ ଅକ୍ଷୀକ୍ଷକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି ା

Comments are closed.