ବିଖ୍ୟାତ ସଙ୍ଗୀତଜ୍ଞ ସହ ଭଲ ଅଭିନେତା ଥିଲେ ଏସ.ପି.: ୨୮୫ ଦିନ ପର୍ଯ୍ୟନ୍ତ ଥିଏଟରରେ ଚାଲିଥିଲା ତାଙ୍କ ଫିଲ୍ମ

ବିଖ୍ୟାତ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମ କରୋନାରେ ମୃତ୍ୟୁବରଣ କରିବା ପରେ କେବଳ ଦକ୍ଷିଣଭାରତୀୟ ନୁହେଁ, ବଲିଉଡ଼ରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ଜଣେ ଭଲ ସଙ୍ଗୀତଜ୍ଞ ଭାବରେ ସେ ଯେତିକି ପରିଚିତ ଥିଲେ, ଭଲ ଅଭିନେତା ଭାବରେ ମଧ୍ୟ ତାଙ୍କର ପରିଚିତି ଥିଲା । ତେଲୁଗୁ, ତାମିଲ, କନ୍ନଡ଼, ମାଲୟଲାମ, ହିନ୍ଦି, ଓଡ଼ିଆ ସହ ୧୬ଟି ଭାଷାରେ ସେ ୪୦ ହଜାରରରୁ ଅଧିକ ଗୀତ ଗାଇଛନ୍ତି ।

କଣ୍ଠଶିଳ୍ପୀ ଭାବରେ ସେ ଯେତିକି ପରିଚିତ ଥିଲେ ଜଣେ ଅଭିନେତା ଭାବରେ ମଧ୍ୟ ତାଙ୍କର ସେତିକି ପ୍ରସିଦ୍ଧି ଥିଲା । ସେ ନିର୍ଦେଶକ ବସନ୍ତ କେ.ବାଲାଚନ୍ଦରଙ୍କ ଅଧୀନରେ କେଲାଡ଼ି ମମ୍ମାନୀ ଚଳଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚିତ୍ର ୨୮୫ ଦିନ ପର୍ଯ୍ୟନ୍ତ ଥିଏଟରରେ ଚାଲିଥିଲା । ବିଶେଷଭାବରେ ଏସ.ପି.ବାଲା ସୁବ୍ରମଣ୍ୟମ ଅନେକ ଫିଲ୍ମରେ ପିତା ଭୂମିକାରେ ଅଭିନୟ କରିଥିଲେ । ଦକ୍ଷିଣ ଭାରତର ବିଶିଷ୍ଟ ସିନେ ନିର୍ଦେଶକ ଇଲାୟା ରାଜାଙ୍କ ସହ ତାଙ୍କର ବେଶ୍ କିଛି ଫିଲ୍ମ ଚର୍ଚିତ ହୋଇଥିଲା । ୧୯୯୩ ମସିହାରେ ଥିରୁଡ଼ା ଥିରୁଡ଼ାରେ ତାଙ୍କର ଅଭିନୟ ବେଶ ପ୍ରଶଂସନୀୟ ରହିଥିଲା । ୧୯୯୪ ମସିହାରେ କଧଲାନ ଫିଲ୍ମ ତାଙ୍କ ଜୀବନରେ ନୂଆ ପରିବର୍ତନ ଆଣିଥିଲା । ଏଥିରେ ସେ ନାୟକର ପିତା ଭୂମିକାରେ ଅଭିନୟ କରିଥିଲେ । ଏହାପରେ ଅଧିକାଂଶ ଫିଲ୍ମରେ ତାଙ୍କୁ ବାପା ଭୂମିକାରେ ଅଭିନୟ ଲାଗି ଅଫର ମିଳିଥିଲା ।

Comments are closed.