ଆଗରୁ ଥିଲେ କନେଷ୍ଟବଳ ଏବେ ହେବେ ଏସ୍‌ପି

0

ନୂଆଦିଲ୍ଲୀ: କନେଷ୍ଟବଳ ଏସ୍‌ପି ହେବେ ପଢିଲେ ଟିକିଏ ଅଡୁଆ ଲାଗୁଥିବା । ହେଲେ କଥାଟା ସତ । ନିଜର ଦୃଢ ଇଚ୍ଛା ଶକ୍ତି ଯୋଗୁଁ   ମନୋଜ କୁମାର ରାଓ୍ୱତ ନାମକ ଯୁବକ ଏହା ସମ୍ଭବ କରି ଦେଖାଇଛନ୍ତି ।  କନେଷ୍ଟବଳ ଚାକିର ପାଇବାପରେ ବି ନିଜ ପରିଶ୍ରମ କମ୍‌ କରି ନ ଥିଲେ ମନୋଜ । ମାତ୍ର ୧୯ ବର୍ଷ ବୟସରେ ସେ କନେଷ୍ଟବଳ ଭାବେ ଚାକିରି ପାଇଥିଲେ । ଏବେ ସେ ଭାରତୀୟ ପୁଲିସ ସେବା ବା ଆଇପିଏସ୍‌ରେ ଯୋଗ ଦେବେ ।

୧୯ବର୍ଷ ବୟସକରେ କନେଷ୍ଟବଳ ଚାକିରି ପାଇଥିବା ମନୋଜ ରାଓ୍ୱତ ଆପିଏସ୍‌ ହେବାକୁ ଲକ୍ଷ୍ୟ ରଖିଥିବାରୁ ୨୦୧୩ ମସିହାରେ ଚାକିରି ଛାଡି ଦେଇଥିଲେ । ମାତ୍ର ୨୦୧୭ ମସିହାରେ  ଅନୁଷ୍ଠିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଯାହାର ଫଳ ୨୦୧୮ ମସିହାରେ ଘୋଷଣା କରାଯାଇଛି ସେଥିରେ ସେ ସଫଳ  ହୋଇଛନ୍ତି । ଭାରତୀୟ ପ୍ରଶାସନିକ ପରୀକ୍ଷା ଫଳ ଘୋଷଣା ହେବାପରେ ତାଙ୍କ ଫୋନ୍‌ରେ ରିଙ୍ଗ ହେବା ବନ୍ଦ ହେଉନାହିଁ । ବିଭିନ୍ନ ସ୍ଥାନ, ସାଙ୍ଗ ସାଥିଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ସେ ପିଲାବେଳୁ ଆଇପିଏସ୍‌ ହେବାର ସ୍ୱପ୍ନ ଦେଖିଥିଲେ । ମାତ୍ର ଆର୍ଥିକ ଅବସ୍ଥା ବେଶୀ ସ୍ୱଚ୍ଛଳ ନ ଥିବାରୁ ସେ ଚାକିରି କରିଥିଲେ । ତାଙ୍କର ସାନ ଭାଇ କନେଷ୍ଟବଳ ଚାକିରି କରିବା ପରେ ସେ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏବେ ସେ  ସଫଳ ହୋଇଛନ୍ତି ।ସେ ସଫଳତାର ଶ୍ରେୟ ନିଜ ପିତାମାତାଙ୍କୁ ଦେଇଛନ୍ତି ।

Leave A Reply