ମଧୁମେହ ରୋଗୀ ନିୟମିତ ଖାଆନ୍ତୁ ସୋୟାବିନ୍‍: ହେବେ ଲାଭବାନ୍‍

ସାଧାରଣତଃ ସୋୟାବିନ୍‍ ଖାଇବାକୁ ପ୍ରାୟ ଅଧିକାଂଶ ଲୋକେ ଭଲପାଆନ୍ତି। ଅପର ପକ୍ଷରେ କିଛି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ସୋୟାବିନ୍‍ ଖାଆନ୍ତି ନାହିଁ। ହେଲେ ସୋୟାବିନ୍‍ର ସ୍ୱାସ୍ଥ୍ୟୋପକାରୀ ଗୁଣ ବିଷୟରେ ଜାଣିଲେ ଆପଣ ଆଜିଠୁ ହିଁ ଏହାକୁ ନିୟମିତ ଭାବେ ଖାଇବା ଆରମ୍ଭ କରିଦେବେ। ସୋୟାବିନ୍‍ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ବିଶେଷ କରି ମଧୁମେହ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି କାମ କରିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।

ଏଥିରେ ଆଇସୋଫ୍ଲୋଭୋନେସ୍ ରହିଛି, ଯାହା ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରିତ ରଖିବା ସହ କୋଲେଷ୍ଟ୍ରଲ ସ୍ତର କମ୍ କରିବାରେ ସାହାଯ୍ୟ କରିଥାଏ। ଏହା ସହିତ ହୃଦଘାତ ଏବଂ କିଡ୍‍ନୀଜନିତ ସମସ୍ୟାରୁ ରକ୍ଷା କରିଥାଏ। ମଧୁମେହ ଧୀରେ ଧୀରେ ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରିଥାଏ। କିଡ୍‍ନୀ ଓ ଯକୃତ ସବୁଠୁ ଅଧିକ ପ୍ରଭାବିତ ହୋଇଥାଏ। ଏଥିପାଇଁ ସୋୟାବିନ୍ ଖାଇବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ସୋୟାବିନରେ ପ୍ରଚୁର ପରିମାଣର ପ୍ରୋଟିନ୍ ରହିଛି।

Comments are closed.