ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଇସ୍ତଫା

0

କଳକାତା : ପଶ୍ଚିମବଙ୍ଗର ଗୃହ ଓ ଅଗ୍ନିଶମ ବିଭାଗ ମନ୍ତ୍ରୀ ଶୋଭନ ଚାଟାର୍ଜୀ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ସେ ବାରମ୍ବାର ଇସ୍ତଫା ଦେବାକୁ ଉଦ୍ୟତ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଗ୍ରହଣ କରିନଥିଲେ; କିନ୍ତୁ ଏଥର ସେ ଶୋଭନଙ୍କ ଇସ୍ତଫାପତ୍ର ଗ୍ରହଣ କରି ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିସହିତ ତାଙ୍କ ହାତରେ ଥିବା ବିଭାଗକୁ ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ୍‍ ହାକିମଙ୍କୁ ଉପରେ ନ୍ୟସ୍ତ କରିଛନ୍ତି। ଏଥିସହିତ ଶୋଭନ୍‍ଙ୍କୁ କଲକାତା ମେୟର ପଦ ଛାଡ଼ିବା ପାଇଁ ମମତା ପରାମର୍ଶ ଦେଇଛନ୍ତି। ଏହି ପଦ ମଧ୍ୟ ହାକିମଙ୍କୁ ଦିଆଯାଇଛି।

Leave A Reply