ବିଧାୟକ ସୌଭିକ ବିଶ୍ବାଳଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ବର : ବିଜେଡିରୁ ନବ ନିର୍ବାଚିତ କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଓ ତାଙ୍କ ସାଙ୍ଗ କଟକରୁ ଭୁବନେଶ୍ବର ଯାଉଥିବା ବେଳେ ହଂସପାଳ ନିକଟରେ ତାଙ୍କ କାରକୁ ଅନ୍ୟ ଏକ କାର ଧକ୍କା ଦେଇଥିଲା। ଫଳରେ ସୌଭିକଙ୍କ ସାଙ୍ଗ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ସୌଭିକଙ୍କୁ କୌଣସି ଆଘାତ ଲାଗି ନ ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ସୌଭିକ ବିଶ୍ବାଳ ହେଉଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପୁଅ। ସେ ଚଳିତ ନିର୍ବାଚନରେ କଟକ-ଚୌଦ୍ବାର ଆସନରୁ ବିଜୟୀ ହୋଇଛନ୍ତି।

Comments are closed.