ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ୬ ନୂଆ ମୁହଁ

କେପ୍‌ ଟାଉନ୍‌ : ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ୨ଟି ମ୍ୟାଚ୍‌ ନିମନ୍ତେ ସୋମବାର ଦକ୍ଷିଣ ଆଫ୍ରିକା ଦଳ ଘୋଷିତ ହୋଇଛି। ଦଳରେ ୬ଜଣ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି। ଆହତ ଦ୍ରୁତ ବୋଲର ଲୁଙ୍ଗି ଏନ୍‌ଗିଡି ଓ ଅଲରାଉଣ୍ଡର ୱାନ୍‌ ମୁଲଡର୍‌ ଦଳରୁ ବାଦ୍‌ ପଡ଼ିଥିବା ବେଳେ ନୂଆ ମୁହଁ ଭାବେ ବ୍ୟାଟସମ୍ୟାନ୍‌ ପିଟର ମାଲାନ୍‌, ରାସି ଭାନ୍‌ ଡର୍‌ ଡ୍ୟୁସେନ୍, ଦ୍ରୁତ ବୋଲର ଡେନ୍‌ ପାଟରସନ୍‌ ଓ ବ୍ୟୁରାନ୍ ହେଣ୍ଡ୍ରିକ୍‌ସ, ଅଲରାଉଣ୍ଡର ଡ୍ବେନ୍‌ ପ୍ରିଟୋରିୟସ୍‌ ଓ ୱିକେଟ ରକ୍ଷକ ରୁଡି ସେକେଣ୍ଡଙ୍କୁ ଦଳରେ ସାମିଲ କରାଯାଇଛି। ଦଳର ନେତୃ୍ତ୍ବ ଫାପ୍‌ ଡୁପ୍ଲେସି ନେବେ। ବରିଷ୍ଠ ଖେଳାଳି ଡିନ୍‌ ଏଲ୍‌ଗାର, କ୍ବିଣ୍ଟନ୍‌ ଡି’ କକ୍‌, ଭନର୍ନ ଫିଲାଣ୍ଡର ଓ କାଗିସୋ ରାବାଡ଼ା ପ୍ରମୁଖ ଦଳରେ ଅଛନ୍ତି।

ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁ ପ୍ଲେସି (ଅଧିନାୟକ), ଟେମ୍ବା ବାଭୁମା, କ୍ବିଣ୍ଟନ୍‌ ଡି’ କକ୍, ଡିନ୍‌ ଏଲଗର୍‌, ବେଉରାନ୍‌ ହେଣ୍ଡିକ୍୍‌ସ, କେଶବ ମହାରାଜ, ଐଡେନ୍ ମାର୍କରାମ୍, ଜୁବେର ହାମ୍‌ଜା, ଆନ୍‌ରିଚ୍‌ ନୋର୍ଟଜେ, ଡେନ୍ ପିଟରସନ୍, ଆନ୍ଦିଲେ ଫେଲୁକ୍ବାୟୋ, ଭନର୍ନ ଫିଲାଣ୍ଡର, ଡ୍ବେନ୍‌ ପ୍ରିଟୋରିୟସ୍, କାଗିସୋ ରାବାଡ଼ା, ରୁଡି ସେକେଣ୍ଡ, ରୁସି ଭାନ୍‌ ଡର ଡୁସେନ୍‌।

Comments are closed.