ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ୧୫ ବର୍ଷ ଜେଲ୍‍

0

ସିଓଲ : ଦୁର୍ନୀତି ଅଭିଯୋଗରେ ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ଲି ମିଉଙ୍ଗ ବାକ୍‍ଙ୍କୁ ସିଓଲର ଏକ କୋର୍ଟ ଶୁକ୍ରବାର ୧୫ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଲି’ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଥିଲେ। ଉଲ୍ଲେଖ ଯେ ଲି’ଙ୍କ ପରେ ରାଷ୍ଟ୍ରପତି ହୋଇଥିବା କାର୍ପ ଜିଉନ୍‍ହେ ଅନ୍ୟ ଏକ ଦୁର୍ନୀତି ଅଭିଯୋଗରେ ୨୦୧୭ରୁ ଜେଲ୍‍ରେ ଅଛନ୍ତି। ଲି’ ସାମସଙ୍ଗ ଏବଂ ଏକ ଗୁଇନ୍ଦା ସେବା ବିଭାଗରୁ ୧୦ ନିୟୁତ ଡଲାର ବେଆଇନ୍‍ ପାଣ୍ଠି ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବ୍ୟବସାୟୀ ଏବଂ ରାଜନେତାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଚର୍ଚ୍ଚା ଜୋର ଧରିଥିଲା। ସିଓଲ କେନ୍ଦ୍ରୀୟ ଜିଲା ଅଦାଲତ ଶୁକ୍ରବାର ଲି’ଙ୍କୁ ଏକ ଘରୋଇ ଅଟୋପାର୍ଟ ମେକର କମ୍ପାନୀ ଏବଂ ସାମସଙ୍ଗଠାରୁ ବେଆଇନ ଭାବେ ୨୧.୭୭ ନିୟୁତ ଡଲାର ଲାଞ୍ଚ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ୧୫ ବର୍ଷ ଜେଲ ଦଣ୍ଡାଦେଶ ସହ ୧୩ ଶହ କୋଟି ଓନ୍‍ ଜୋରିମାନା କରାଯାଇଛି। ତେବେ ୭୬ ବର୍ଷିୟ ଲି’ ରାଜନୈତିକ ଆକ୍ରୋଶରୁ ତାଙ୍କୁ ଜେଲ୍‍ ଦଣ୍ଡାଦେଶ ହୋଇଥିବା ଅଭିଯୋଗ କରିଛନ୍ତି।

Leave A Reply