ଏନଡ଼ିଏ ଓ ନାଭାଲ ପରୀକ୍ଷା ନିମନ୍ତେ ଚାଲିବ ୮ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍

କୋଲକତା: ଭାରତୀୟ ନୌସେନା ଓ ଜାତୀୟ ପ୍ରତିରକ୍ଷା ଏକାଡ଼େମୀ (ଏନଡ଼ିଏ) ପରୀକ୍ଷା ନିମନ୍ତେ ଓଡ଼ିଶାରୁ କଲକତା ୨ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ । ପୂର୍ବତଟ ରେଳବାଇ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । 

୦୮୦୦୫.୦୮୦୦୬ ବାଲେଶ୍ବର-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍: ୦୮୦୦୫ ବାଲେଶ୍ବର-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍ ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୫ଟା ବେଳେ ବାଲେଶ୍ବର ଛାଡ଼ିବ ଏବଂ ରାତି ୯.୩୦ ମିନିଟରେ ଭୁବନେଶ୍ବରରେ ପହଞ୍ଚିବ। ସେହିପରି ୦୮୦୦୬ ଟ୍ରେନ୍ ଭୁବନେଶ୍ବରରୁ ୬ ତାରିଖ ରାତି ୯.୫୦ ମିନିଟରେ ଛାଡ଼ିବ ଓ ରାତି ଗୋଟାଏ ୩୦ ମିନିଟରେ ବାଲେଶ୍ବରରେ ପହଞ୍ଚିବ । ଏହି ଟ୍ରେନରେ ୧୬ଟି ସ୍ଲିପର, ୪ଟି ଜେନେରାଲ ବଗି ରହିଛି । ଟ୍ରେନ୍ ଭଦ୍ରକ, ବୈତରଣୀ ରୋଡ଼, ଯାଜପୁର-କେନ୍ଦୁଝର ରୋଡ଼, ହରିଦାସପୁର, ଧାନମଣ୍ଡଳ, ନିର୍ଗୁଣ୍ଡି ଓ କଟକ ଷ୍ଟେସନରେ ଅଟକିବ ।

୦୮୬୦୩/ ୦୮୬୦୪ ରାଉରକେଲା-ସମ୍ବଲପୁର ମେମୁ ସ୍ପେସାଲ : ୦୮୬୦୩ ରାଉରକେଲା-ସମ୍ବଲପୁର ମେମୁ ସ୍ପେସାଲ ଟ୍ରେନ୍ ରାଉରକେଲାରୁ ୫ ତାରିଖ ଅପରାହ୍ନ ୫ଟା ବେଳେ ଛାଡ଼ିବ ଓ ରାତି ୭ଟା ୪୦ ମିନିଟରେ ସମ୍ବଲପୁରରେ ପହଞ୍ଚିବ । ଏହାର ପରଦିନ ଅର୍ଥାତ ୬ ତାରିଖରେ  ୦୮୬୦୪ ଟ୍ରେନ୍ ସମ୍ବଲପୁରରୁ ରାତି ୯ଟାରେ ବାହାରି ରାଉରକେଲାରେ ରାତି ୧୧ଟା ୪୫ ମିନିଟରେ ପହଞ୍ଚିବ ।  ଏହି ଟ୍ରେନ୍ ରାଜଗାଙ୍ଗପୁର, ବାମରା, ଝାରସୁଗୁଡ଼ା ଓ ରେଙ୍ଗାଲି ଷ୍ଟେସନରେ ଅଟକିବ ।

ଏହାବ୍ୟତୀତ କଟକ-ବ୍ରହ୍ମପୁର, ଅନୁଗୋଳ କଟକ, କେନ୍ଦୁଝରଗଡ଼-କଟକ, ପାରାଦ୍ବୀପ-କଟକ, କଣ୍ଟାବାଞ୍ଜି-ସମ୍ବଲପୁର, ଇଚ୍ଛାପୁର-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ମଧ୍ୟ ଧାର୍ଯ୍ୟ ହୋଇଛି ।

ବ୍ରହ୍ମପୁର-କଟକ ମେମୁ ସ୍ୱତନ୍ତ୍ର ଟ୍ରେନ

06834/06833 ବ୍ରହ୍ମପୁର-କଟକ-ବ୍ରହ୍ମପୁର ମେମୁ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୫ ଘଟିକାରେ ବ୍ରହ୍ମପୁର ଠାରୁ ଛାଡି କଟକ ଠାରେ ସେହି ଦିନ ସନ୍ଧ୍ୟା/ରାତ୍ରି ୯ ଘଟିକାରେ ପହଞ୍ଚିବ I  ଫେରିବା ପଥରେ ଏହି ଟ୍ରେନ ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟା ୬ ଘ.୩୦ମି.ରେ କଟକ ଠାରୁ ଛାଡି ବ୍ରହ୍ମପୁର ଠାରେ ରାତ୍ର ୧୦ଘ.୩୦ମି.ରେ ପହଞ୍ଚିବ I  ଏହି ଟ୍ରେନ ବ୍ରହ୍ମପୁର ଓ କଟକ ମଧ୍ୟରେ ଛତ୍ରପୁର, ଖଲିକୋଟ, ଚିଲିକା, ବାଲୁଗାଁ, କାଳୁପଡ଼ାଘାଟ, ଭୂଷଣ୍ଡପୁର, ନିରାକାରପୁର, ଖୋର୍ଦ୍ଧା ରୋଡ଼ ଏବଂ ଭୁବନେଶ୍ୱର ଠାରେ ଉଭୟ ଦିଗରୁ ରହଣି କରିବ I

ପାରାଦୀପ-କଟକ-ପାରାଦୀପ ସ୍ୱତନ୍ତ୍ର ଟ୍ରେନ 

06801/06802 ପାରାଦୀପ-କଟକ-ପାରାଦୀପ ମେମୁ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୫ ଘଟିକାରେ ପାରାଦୀପ ଠାରୁ ଛାଡି କଟକ ଠାରେ ସେହି ଦିନ ସନ୍ଧ୍ୟା/ରାତ୍ରି ୭ ଘଟିକାରେ ପହଞ୍ଚିବ I  ଫେରିବା ପଥରେ ଏହି ଟ୍ରେନ ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟା ୭ ଘଟିକାରେ କଟକ ଠାରୁ ଛାଡି ପାରାଦୀପ ଠାରେ ରାତ୍ର ୯ ଘଟିକାରେ ପହଞ୍ଚିବ I  ଏହି ଟ୍ରେନ ପାରାଦୀପ ଓ କଟକ ମଧ୍ୟରେ ବଡ଼ବନ୍ଧ,   ରାହାମା, ଝଙ୍କଡ଼ ସାରଳା ରୋଡ଼, ଗୋରଖନାଥ, ରଘୁନାଥପୁର, କନ୍ଦରପୁର ଷ୍ଟେସନ ମାନଙ୍କ ଠାରେ ଉଭୟ ଦିଗରୁ ରହଣି କରିବ I

କେନ୍ଦୁଝରଗଡ଼-କଟକ ସ୍ୱତନ୍ତ୍ର ଟ୍ରେନ

06825/06826 କେନ୍ଦୁଝରଗଡ଼-କଟକ-କେନ୍ଦୁଝରଗଡ଼ ସ୍ୱତନ୍ତ୍ର ଟ୍ରେନ କେନ୍ଦୁଝରଗଡ଼ ଠାରୁ ୫ ତାରିଖ ସନ୍ଧ୍ୟା ୫ ଘଟିକାରେ ଛାଡି କଟକ ଠାରେ ସେହିଦିନ ସନ୍ଧ୍ୟା ୮ଘ.୪୫ମି.ରେ ପହଞ୍ଚିବ I  ଫେରିବା ପଥରେ ଏହି ଟ୍ରେନ କଟକ ଠାରୁ ୬ ତାରିଖ ସନ୍ଧ୍ୟା ୬ଘ.୪୫ମି.ରେ ଛାଡି କେନ୍ଦୁଝରଗଡ଼ ଠାରେ ରାତ୍ର ୧୦ଘ.୧୫ମି.ରେ ପହଞ୍ଚିବ I  ଏହି ଟ୍ରେନ କେନ୍ଦୁଝରଗଡ଼ ଓ କଟକ ମଧ୍ୟରେ ଉଭୟ ଦିଗରୁ ହରିଚନ୍ଦନପୁର, ସୁକିନ୍ଦା ରୋଡ଼, ଯଖପୁରା, ହରିଦାସପୁର, ଧାନମଣ୍ଡଳ, କପିଳାସ ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବ I

ଅନୁଗୁଳ-କଟକ ସ୍ୱତନ୍ତ୍ର ଟ୍ରେନ 

06821/06822 ଅନୁଗୁଳ-କଟକ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନ ଭାୟା ତାଳଚେର ସେପ୍ଟେମ୍ବର ୫ ତାରିଖ ସନ୍ଧ୍ୟା ୫ ଘଟିକାରେ ଛାଡି କଟକ ଠାରେ ସେହିଦିନ ରାତ୍ର ୮ଘ.୧୫ମି.ରେ ପହଞ୍ଚିବ I ଫେରିବା ପଥରେ ଏହି ଟ୍ରେନ କଟକ ଠାରୁ ୬ ସେପ୍ଟେମ୍ବର ଦିନ ସନ୍ଧ୍ୟା ୭ଘଟିକାରେ ଛାଡି ଅନୁଗୁଳ ଠାରେ ରାତ୍ର ୯ଘ.୧୫ମି.ରେ ପହଞ୍ଚିବ I   ଏହି ଟ୍ରେନ କଟକ ଓ ଅନୁଗୁଳ ମଧ୍ୟରେ ଉଭୟ ଦିଗରୁ ତାଳଚେର ରୋଡ଼, ତାଳଚେର, ମେରାମାଣ୍ଡଳୀ, ଢେଙ୍କାନାଳ, ଚାରବାଟିଆ ଓ ନିର୍ଗୁଣ୍ଡି ଠାରେ ରହଣି କରିବ I

କଣ୍ଟାବାଞ୍ଜି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ 

05814/05813 କଣ୍ଟାବାଞ୍ଜି-ସମ୍ବଲପୁର-କଣ୍ଟାବାଞ୍ଜି ସ୍ୱତନ୍ତ୍ର ଟ୍ରେନ କଣ୍ଟାବାଞ୍ଜି ଠାରୁ ୫ ତାରିଖ ସନ୍ଧ୍ୟା ୫ ଘଟିକାରେ ଛାଡି ସମ୍ବଲପୁର ଠାରେ ସେହିଦିନ ରାତ୍ର ୯ଘ.୧୫ମି.ରେ ପହଞ୍ଚିବ I ଫେରିବା ପଥରେ ଏହି ଟ୍ରେନ ସମ୍ବଲପୁର ଠାରୁ ୬ ତାରିଖ ସନ୍ଧ୍ୟା ୬ଘ.୩୦ମି.ରେ ଛାଡି କଣ୍ଟାବାଞ୍ଜି ଠାରେ  ସେହିଦିନ ରାତ୍ର ୧୨ଘ.୩୦ମି.ରେ ପହଞ୍ଚିବ I  ଏହି ଟ୍ରେନ କଣ୍ଟାବାଞ୍ଜି ଓ ସମ୍ବଲପୁର ମଧ୍ୟରେ ଟିଟିଲାଗଡ, ବଡ଼ମାଳ, ସଇଁତଳା, ବଲାଙ୍ଗୀର, ଲୋଇଶିଙ୍ଗା, ବରପାଲି ଏବଂ ବରଗଡ଼ ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବ I

ଇଚ୍ଛାପୂରମ-ବିଶାଖାପାଟଣା-ଇଚ୍ଛାପୂରମ ସ୍ୱତନ୍ତ୍ର ଟ୍ରେନ

05831/05832 ଇଚ୍ଛାପୂରମ-ବିଶାଖାପାଟଣା-ଇଚ୍ଛାପୂରମ ସ୍ୱତନ୍ତ୍ର ଟ୍ରେନ ଇଚ୍ଛାପୂରମ ଠାରୁ ୫ ସେପ୍ଟେମ୍ବର ସନ୍ଧ୍ୟା ୫ ଘଟିକାରେ ଛାଡି ବିଶାଖାପାଟଣା ଠାରେ ସେହିଦିନ ରାତ୍ର ୯ ଘଟିକାରେ ପହଞ୍ଚିବ I  ଫେରିବା ପଥରେ ଏହି ଟ୍ରେନ ବିଶାଖାପାଟଣା ଠାରୁ ୬ ସେପ୍ଟେମ୍ବର ସନ୍ଧ୍ୟା ୬ ଘ.୩୦ମି.ରେ ଛାଡି ଇଚ୍ଛାପୂରମ ଠାରେ ରାତ୍ର ୧୦ଘ.୩୦ମି.ରେ ପହଞ୍ଚିବ I ଏହି ଟ୍ରେନ ଇଚ୍ଛାପୂରମ ଓ ବିଶାଖାପାଟଣା ମଧ୍ୟରେ ସୋମପେଟା, ପଲାସା, ନୌପଡା, କୋଟାବୋମାଲି, ଶ୍ରୀକାକୁଲମ ରୋଡ଼, ଚିପୁରୁପାଲୀ, ବିଜନଗରମ ଏବଂ କୋଟାଭଲସା ଷ୍ଟେସନ ମାନଙ୍କରେ ରହଣି କରିବ I

Comments are closed.