ଅବସର ନେବାର ମୁଖ୍ୟ କାରଣ ବଖାଣିଲେ ଡି ଭିଲିୟର୍ସ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ଖେଳାଳି ଏବି ଡି ଭିଲିୟର୍ସ ଅବସର ନେବାର ମୁଖ୍ୟ କାରଣ କହିଛନ୍ତି। ସେ କହିଛନ୍ତି ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୨୦୧୫ ବିଶ୍ୱକପ ସେମିଫାଇନାଲ ପରାଜୟ ତାଙ୍କୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଭାଙ୍ଗି ଦେଇଥିଲା ଏବଂ ଅନ୍ତର୍ଜାତୀୟ କ୍ରିକେଟରୁ ହଠାତ୍ ଅବସର ନେବାରେ ଏହା ପ୍ରମୁଖ କାରଣ ଥିଲା ବୋଲି ସେ କହିଛନ୍ତି।

୨୦୧୫ ବିଶ୍ୱକପ ସେମିଫାଇନାଲ ମ୍ୟାଚ୍ ବର୍ଷା ଦ୍ବାରା ପ୍ରଭାବିତ ହୋଇଥିଲା। ଫଳରେ ଡିଏଲ ପଦ୍ଧତିକୁ ଆଧାର କରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଚାରି ୱିକେଟ୍‌ରେ ପରାଜୟର ସମ୍ମୁଖିନ ହୋଇଥିଲା। ଡି ଭିଲିୟର୍ସ ସ୍ୱୀକାର କରିଛନ୍ତି ଯେ, ତାଙ୍କୁ ଏହି ପରାଜୟରେ ଶକ୍ତ ଧକ୍କା ଲାଗିଥିଲା।
ଡି ଭିଲିୟର୍ସ ଦକ୍ଷିଣ ଆଫ୍ରିକା ପାଇଁ ୧୧୪ ଟେଷ୍ଟରେ ୮୭୬୫ରନ ଏବଂ ୨୨୮ ଟି ଦିନିକିଆରେ ୯୫୭୭ ରନ୍ ସ୍କୋର କରିଛନ୍ତି। 

Comments are closed.