୨-୧ରେ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ସ୍କୋର: ଭାରତ ୨୨୩ ଓ ୧୯୮; ଦକ୍ଷିଣ ଆଫ୍ରିକା ୨୧୦ ଓ ୨୧୨/୩

କେପଟାଉନ : କେପ ଟାଉନ ଟେଷ୍ଟକୁ ୭ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା। ୩ ୱିକେଟ ବିନିମୟରେ ୨୧୨ରନ କରି ଜିତିଲା ଦକ୍ଷିଣ ଆଫ୍ରିକା। ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତକୁ ୨-୧ରେ ହରାଇଲା ଦକ୍ଷିଣ ଆଫ୍ରିକା। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସିରିଜକୁ ୨-୧ରେ ଜିତିନେଇଛି । ଅନ୍ୟପକ୍ଷରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକାରେ ସିରିଜ ଜିତିବା ସ୍ବପ୍ନ ଅଧୁରା ରହିଯାଇଛି ।
ଦକ୍ଷିଣ ଆଫ୍ରିକା ପକ୍ଷରୁ କେଗାର ପିଟରସନ ସର୍ବାଧିକ ୮୨ ରନ କରିଥିବାବେଳେ ରାସି ଭାନ ଡର ଦୁସେନ ୪୧ ରନ କରିଥିଲେ। ସେହିପରି ଟେମ୍ବା ବାଭୁମା ୩୧ ଓ ଡିନ ଏଲଗାର ୩୦ ରନ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ସମ୍ମୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

 

ଏହି ମ୍ୟାଚରେ ଭାରତ ନିଜର ପ୍ରଥମ ଇନିଂସରେ ମାତ୍ର ୨୨୩ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୨୧୦ ରନ କରି ଅଲଆଉଟ ହୋଇଥିଲା। ଭାରତ ନିଜର ୨ୟ ଇନିଂସରେ ୧୯୮ ରନ କରି ଅଲଆଉଟ ହୋଇଯାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ବିଜୟ ପାଇଁ ୨୧୨ ରନର ଲକ୍ଷ୍ୟ ଥିଲା।

Comments are closed.