୨ୟ ଇନିଂସରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ, ବିଜୟ ପାଇଁ ଟିମ୍‌ ଇଣ୍ଡିଆକୁ ଦରକାର ୫ ୱିକେଟ

ବିଶାଖାପାଟଣା: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ର ଖେଳ ରବିବାର ଅନ୍ତିମ ଦିନରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ଲାଗି ଭାରତ ୩୯୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ୨ୟ ଇନିଂସରେ ଭ୍ରମଣକାରୀ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୫ମ ଦିନରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସର ଅସମାପ୍ତ ପାଳି ୧୧/୧ରୁ ବ୍ୟାଟିଂ ଆରମ୍ଭ କରିଥିବାବେଳେ ୪୯ ରନ୍‌ ଭିତରେ ଆଉ ୪ଟି ୱିକେଟ ହରାଇ ସଙ୍କଟରେ ପଡ଼ିଛି। ଭାରତୀୟ ସ୍ପିନର ଆର. ଅଶ୍ଵିନୀ ଗୋଟିଏ ଏବଂ ମହମ୍ମଦ ସାମି ୩ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ୨୫ ଓଭରରେ ୫ ୱିକେଟ ହରାଇ ୬୬ ରନ୍‌ କରିଛି। ଭାରତକୁ ବିଜୟ ପାଇଁ ଆଉ ୫ ୱିକେଟ ଦରକାର ଥିବାବେଳେ ଏହାକୁ ଏଡାଇବା ଲାଗି ଦକ୍ଷିଣ ଆଫ୍ରିକା ଖେଳାଳିମାନଙ୍କୁ ପୂରା ଦିନ କ୍ରିଜରେ ରହିବା ଜରୁରୀ।

Comments are closed.