ଇଂଲଣ୍ଡ ବିପକ୍ଷରେ ୫ଟି ଟ୍ବେଣ୍ଟି-୨୦ ଖେଳିବ ଭାରତ: ଗାଙ୍ଗୁଲି

କଲକାତା : ଆସନ୍ତାବର୍ଷ ପ୍ରାରମ୍ଭରେ ଇଂଲଣ୍ଡ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଘରୋଇ ଭାରତ ବିପକ୍ଷରେ ଇଂଲଣ୍ଡ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍ ଖେଳିବ ବୋଲି କହିଛନ୍ତି ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି। ଏହାକୁ ଛାଡ଼ି ଏହି ଗସ୍ତରେ ଭାରତ ବିପକ୍ଷରେ ୪ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍‌ର ସିରିଜ୍‌ ଖେଳାଯିବ ବୋଲି ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। ତେବେ ଏହି ଗସ୍ତ କାର୍ଯ୍ୟକ୍ରମ ଆଗକୁ ଚୂଡ଼ାନ୍ତ କରାଯିବ। ଏହି ଗସ୍ତରେ ବିଶ୍ବର ସର୍ବବୃହତ୍ ଷ୍ଟାଡିୟମ୍‌ ଥିବା ଅହମ୍ମଦାବାଦରେ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ଖେଳାଯିବାର ଯୋଜନା ରହିଛି। କରୋନା ସଂକ୍ରମଣ ପରେ ଭାରତ ମାଟିରେ ଏହା ପ୍ରଥମ ଦ୍ବିପାକ୍ଷିକ ସିରିଜ୍ ହେବ। ୨୦୨୧ରେ ଭାରତରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବାର ଥିବା ବେଳେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍ ଖେଳିବା ଭାରତୀୟ ଦଳ ପାଇଁ ଆଦର୍ଶ ପ୍ରସ୍ତୁତି ହେବ। ଇଂଲଣ୍ଡ ଦଳ ୩ଟିଯାକ ଫର୍ମାଟର ସିରିଜ୍ ଖେଳିବାକୁ ଭାରତ ଆସିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ହେଁ ଦେଶରେ କରୋନାର ୨ୟ ଲହରୀ ଆରମ୍ଭ ହୋଇ ଯାଇଥିବାରୁ ବହୁତ ସତର୍କ ରହିବାକୁ ପଡ଼ିବ ବୋଲି ଗାଙ୍ଗୁଲି କହିଛନ୍ତି।

Comments are closed.