ଥଣ୍ଡାରୁ ରକ୍ଷା ପାଇବାର ଉପାୟ

ଘରେ ହେଉ କିମ୍ବା ବାହାରେ, କେହି ଛିଙ୍କିଲେ ପାଖଆଖରେ ଥିବା ଲୋକେ ଭୟଭୀତ ହୋଇଯାଉଛନ୍ତି। ସାମାନ୍ୟ ଥଣ୍ଡା, ସର୍ଦ୍ଦିରୁ ମଧ୍ୟ ରକ୍ଷା ପାଇବାର ସରଳ ଉପାୟ ହେଉଛି ନିଜ ଖାଦ୍ୟପାନୀୟକୁ ନେଇ ସତର୍କ ରୁହନ୍ତୁ।
– କୋହଲା ପାଗ କିମ୍ବା ବର୍ଷା ହେଲେ, ଥଣ୍ଡା ହେବା ସ୍ବାଭାବିକ। ନିଜ ଖାଦ୍ୟରେ କେତୋଟି ଦ୍ରବ୍ୟ ସାମିଲ କରିଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ସନ୍ଧ୍ୟା ସମୟରେ ସୁପ୍ ପିଇବାର ଅଭ୍ୟାସ କରନ୍ତୁ। ଅଦା, ରସୁଣ ଛେଚା ମିଶାଇ ପରିବା ସୁପ୍ ନଚେତ୍ ଚିକେନ୍ ସୁପ୍ ପିଇବା ସ୍ବାସ୍ଥ୍ୟ ପାଇଁ ଭଲ। ପ୍ୟାକେଟ୍ ସୁପ୍୍‌ରେ ବିଭିନ୍ନ ପ୍ରକାର ରାସାୟନିକ ତତ୍ତ୍ବ ମିଶୁଥିବାରୁ ସେସବୁ ପିଇବା ଶରୀର ପାଇଁ ହିତକର ନୁହେଁ ବୋଲି ବିଶେଷଜ୍ଞଙ୍କ ମତ।
– ସକାଳବେଳା ଲେମ୍ବୁ ପାଣି କିମ୍ବା କମଳା ରସ ପିଇବାର ଅଭ୍ୟାସ କରିବା ଉଚିତ। ଭିଟାମିନ୍ ସି’ଯୁକ୍ତ ଏଇ ପାନୀୟ ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡା,ସର୍ଦ୍ଦିରୁ ରକ୍ଷା ମିଳେ।
– ବଜାରରେ ଓ ଅନ୍-ଲାଇନ୍‌ରେ ଏକପ୍ରକାର କେମୋମାଇଲ ଟି’ ମିଳୁଛି। ପୋଷକତତ୍ତ୍ବ ଭରପୂର ଏହି ଚା’ ପିଇଲେ କାଶ, ଛିଙ୍କ ହେଉନଥିବାର ଅନୁଧ୍ୟାନରୁ ପ୍ରକାଶ।
– ସକାଳ ଜଳଖିଆରେ ଗୋଟିଏ ପାଚିଲା କଦଳୀ ଖାଇବାର ଅଭ୍ୟାସ କରିବା ଉଚିତ। ପୋଟାସିୟମ୍ ଭରପୂର କଦଳୀ ଖାଇଲେ ଆମ ପାଚନ ଶକ୍ତି ଭଲ ହେବା ସହ ଶରୀରକୁ ଭିଟାମିନ୍ ସି’ ମଧ୍ୟ ମିଳେ।

Comments are closed.