ମଟର ପୁଦିନା ସୁପ

ଆବଶ୍ୟକ ସାମଗ୍ରୀ
ପୁଦିନା – ୧କପ
ପାଣି – ୬ କପ
ଅଲିଭ ଅଏଲ – ଅଳ୍ପ
କଟା ରସୁଣ – ୩ଟି
ଲୁଣ – ଆବଶ୍ୟକ ପରିମାଣରେ
କଟା ପିଆଜ – ୧ଟି
ସିଝା ମଟର – ୧କପ
ଗୋଲମରିଚ ଗୁଣ୍ଡ – ଅଳ୍ପ
କ୍ରିମ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ଅଲିଭ ଅଏଲ ଗରମ କରନ୍ତୁ। ଏବେ ଏଥିରେ ପିଆଜ , ରସୁଣ ପକାଇ ଭାଜନ୍ତୁ। ଏବେ ଏଥିରେ ପାଣି, ପୁଦିନା ପତ୍ର, ସିଝା ମଟର ପକାଇ ୧୫ ମିନିଟ ବସାନ୍ତୁ। ୧୫ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା କରି ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଗୋଳାନ୍ତୁ। ଏହାପରେ ପୁଦିନା ପତ୍ର ଓ କ୍ରିମ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଟର ପୁଦିନା ସୁପ।

Comments are closed.