କୋବି ସୁପ୍‍

ଆବଶ୍ୟକ ସାମଗ୍ରୀ
ଫୁଲ କୋବି – ୧ଟି
ଗାଜର – ୧ଟି
କଟା ପିଆଜ – ୧ଟି
କଟା ରସୁଣ – ୨ ରୁ ୩ଟି
ତେଲ – ଅଳ୍ପ
ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ଅଳ୍ପ
କ୍ଷୀର – ୧ କପ ରୁ କମ
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ କଟା କୋବି, ଗାଜର, ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ପୁଣି ଭାଜନ୍ତୁ। ଭାଜି ହୋଇଗଲେ କ୍ଷୀର ପକାଇ ଫୁଟାନ୍ତୁ। କିଛି ସମୟ ଫୁଟି ଗଲେ ଏକ ପାତ୍ରକୁ କାଢି ଧନିଆପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କୋବି ସୁପ୍‍।

Comments are closed.