ସୌମ୍ୟରଞ୍ଜନ : ରାଜ୍ୟ ଓପନ ରାପିଡ୍‌ ଚେସ୍ ଚମ୍ପିଆନ

କଟକ : ଓଡ଼ିଶା ରାଜ୍ୟ ଚେସ୍‌ ସଂଘ, ବାଙ୍କୀ ଚେସ୍‌ ସଂଘର ମିଳିତ ସହଯୋଗରେ ପ୍ରଥମ ମା’ ଚର୍ଚ୍ଚିକା ରାଜ୍ୟ ଓପନ ଚେସ୍‌ ଚମ୍ପିଆନସିପ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ସୌମ୍ୟରଞ୍ଜନ ମିଶ୍ର ଚମ୍ପିଆନ ଓ ଏସ.କେ. ରାଜା ରନର୍ସଅପ ହୋଇଛନ୍ତି। ଅବିନାଶ ବଳିୟାରସିଂହ ୩ୟ, ଜିତେନ୍ଦ୍ର କୁମାର ଦାସ ୪ର୍ଥ,ଚନ୍ଦନ କୁମାର ପ୍ରଧାନ ୫ମ, ସ୍ମୃତିରଞ୍ଜନ ମହାନ୍ତି ୬ଷ୍ଠ,ସିଦ୍ଧାର୍ଥ ଶଙ୍କର ରାଏ ୭ମ,ଦିପ୍ତୀ ରଞ୍ଜନ ନାୟକ ୮ମ,ପ୍ରକାଶ ଚନ୍ଦ୍ର ସାହୁ ୯ମ,ଭିମସେନ ପ୍ରଧାନ ୧୦ମ ସ୍ଥାନ ହାସଲ କରିଛନ୍ତି। ସ୍କୁଲ୍‌ ପିଲାମାନଙ୍କୁ ନେଇ ଆୟୋଜିତ ପ୍ରତିଯୋଗିତାରେ ଅମାନ ଅଲ୍ଲୀ ୧ମ, ଈଶାନ୍ତ ଦାସ ୨ୟ,ଅମ୍ଲାନ ସେନାପତି ୩ୟ ସ୍ଥାନ ହାସଲ କରିଛନ୍ତି। ଅତିିଥି ଭାବେ ଚର୍ଚ୍ଚିକା ୟୁଜିଏମ୍‌ଇ ସ୍କୁଲ ପ୍ରଧାନଶିକ୍ଷକ ମାନସ ନନ୍ଦ, ବାଙ୍କୀ ଚେସ୍‌ ସଂଘ ସାଧାରଣ ସମ୍ପାଦକ ଚନ୍ଦନ କୁମାର ପ୍ରଧାନ,ସଭାପତି ଜ୍ଞାନରଞ୍ଜନ ପରିଡ଼ା ଓ ଓଡ଼ିଶା ଚେସ୍‌ ସଂଘ ଟୁର୍ଣ୍ଣାମେଣ୍ଟ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ପୁରସ୍କାର ପ୍ରଦାନ କରିଥିଲେ।

Comments are closed.